ପୋଲାଭରମ ପ୍ରକଳ୍ପକୁ ନେଇ ବିଧାନସଭାରେ ତାତି, ପ୍ରତିକ୍ରିୟା ରଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ : ନବୀନ...

ପୋଲାଭରମ ପ୍ରକଳ୍ପକୁ ନେଇ ବିଧାନସଭାରେ ତାତି, ପ୍ରତିକ୍ରିୟା ରଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ : ନବୀନ...


ଭୁବନେଶ୍ବର,୦୬/୧୨ : ପୋଲାଭରମ ପ୍ରକଳ୍ପକୁ ନେଇ ଓଡ଼ିଶା ବିଧାନସଭାରେ ହଙ୍ଗାମା । କଂଗ୍ରେସ ସଦସ୍ୟ ଏହି ପ୍ରସଙ୍ଗରେ ହଙ୍ଗାମା କରିଥିବା ବେଳେ ନବୀନ ପଟ୍ଟନାୟକ ବି ପ୍ରତିକ୍ରିୟା ରଖିଛନ୍ତି । ପୋଲାଭରମକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ରାଜ୍ୟର ସ୍ବାର୍ଥ ପାଇଁ ବିଜେଡି ଆଗରୁ ଲଢ଼େି କରୁଥିଲା । ଆଉ ଆଗକୁ ବି ଏହି ଲଢ଼େଇ ଜାରି ରହିବ।

              Ad..


ସୂଚନା ଅନୁସାରେ, ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ପୋଲାଭରମ୍ ପ୍ରସଙ୍ଗ ଉଠାଇବା ସହ ମୁଲତବି ପ୍ରସ୍ତାବ ଆଣିଥିଲା । ଏହାକୁ ବାଚସ୍ପତି ଗ୍ରହଣ ନ କରିବାରୁ ହୋହାଲ୍ଲା କରିଥିଲେ କଂଗ୍ରେସ ବିଧାୟକ। ଫଳରେ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବି କରି ଦେଇଥିଲେ। ପୁଣିଥରେ ଗୃହକାର୍ଯ୍ୟ ଚାଲି ନ ପାରିବାରୁ ୪ଟା ଯାଏଁ ଗୃହ ମୁଲତବି କରିଛନ୍ତି ବାଚସ୍ପତି।




Edited by k.s thakur...




Post a Comment

Previous Post Next Post