ଚତୁର୍ଥ ଶ୍ରେଣୀ ଛାତ୍ରକୁ ଚପଲରେ ମାଡ ମାରିବା ଅଭିଯୋଗ ,ଶିକ୍ଷକଙ୍କ ନାଁ ରେ ଥାନାରେ ମାମଲା…
ମୁରିବାହାଲ,୦୬/୧୨ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ବାଲିଖମାର ଗାଁର ପ୍ରାଥମିକ ବିଦ୍ୟାଳୟର ଛାତ୍ରକୁ ଚପଲରେ ମାଡ଼ ମାରିଥିବା ଶିକ୍ଷକଙ୍କ ନାଁ ରେ ଅଭିଯୋଗ। ଉକ୍ତ ଘଟଣାକୁ କେନ୍ଦ୍ର କରି ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।
Ad..
ସୂଚନା ଅନୁସାରେ, ମୁରିବାହାଲ ବ୍ଲକ ଅନ୍ତର୍ଗତ ବାଲିଖମାର ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ର ବିଶ୍ଵଜିତ କର୍ମୀଙ୍କୁ ବିଦ୍ୟାଳୟର ବିବେକାନନ୍ଦ ମୁଣ୍ଡା ଚପଲରେ ମାଡ଼ ମାରିଥିବା ନେଇ ଛାତ୍ରଙ୍କ ମାଆ ଅଭିଯୋଗ କରିଛନ୍ତି। ମୁରିବାହାଲ ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।
ଅନ୍ୟ ପଟେ ଏହାକୁ ନେଇ ଛାତ୍ର ଭୟବିତ ଅବସ୍ଥାରେ ରହି ବିଦ୍ୟାଳୟକୁ ଯାଉ ନ ଥିବା ଜଣାପଡ଼ିଛି। ମଧ୍ୟାହ୍ନ ଭୋଜନ ଖାଇବା ପରେ ଥାଳି ଧୋଇବାକୁ ନେଇ ଶିକ୍ଷକ ଚପଲରେ ମାଡ଼ ମାରିଥିବା କହିଛନ୍ତି ଛାତ୍ର ବିଶ୍ୱାଜିତଙ୍କ ମାଆ।
Edited by k.s thakur...


