ଟାଉନ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆୟୋଜିତ...
ବରଗଡ଼/ପଦମପୁର,୦୫/୧୨ : ଗୁରୁବାର ଟାଉନ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ରାଜବୋଡା ସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ମହାସମାରୋହ ରେ ଆୟୋଜିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ସ୍କୁଲ ର ପ୍ରଧାନ ଶିକ୍ଷକ ତରଣୀସେନ ସାହୁ ଙ୍କ ସଭାପତିତ୍ୱ ରେ ଆରମ୍ଭ ହୋଇଥିଲା।
Ad..
ଏଥିରେ ମୁଖ୍ୟ ଅତିଥି ବରିଷ୍ଠ ଏଡ଼ଭୋକେଟ ଶ୍ରୀଯୁକ୍ତ ଯୋଗେନ୍ଦ୍ର କୁମାର ଭୋଇ ଯୋଗଦାନ ପୂର୍ବକ କ୍ରୀଡ଼ା ପତାକାକୁ ଉତ୍ତୋଳନ କରି ଆନୁଷ୍ଠାନିକ ଭାବରେ ଶୁଭ ଉଦଘାଟନ କରିଥିଲେ ।ଏହି ପ୍ରତିଯୋଗିତାରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ମାନେ ଯୋଗଦାନ କରି ତାଙ୍କର ଉତ୍କୃଷ୍ଟ କ୍ରୀଡା ପ୍ରଦର୍ଶନ କରିଥିଲେ ।
ବାଳକ ବିଭାଗ ରେ ଶୁଭମ ପଟେଲ ଓ ବାଳିକା ବିଭାଗ ରେ ସଦିକା ଆଫ୍ରିନ ଚମ୍ପିୟାନ ହୋଇଥିଲେ ।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ସମସ୍ତ ପ୍ରତିଯୋଗିତା ଗୁଡିକୁ ବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ ଚନ୍ଦ୍ରମଣୀ ସାହୁ ତଥା ନିମନ୍ତ୍ରିତ ଶିକ୍ଷା ଶିକ୍ଷକ କ୍ଷୀରୋଦ୍ର ଦାସ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ହରେକୃଷ୍ଣ ମେହେର ପରିଚାଳନା କରିଥିଲେ।
ବିଦ୍ୟାଳୟ ର ସମସ୍ତ ଶିକ୍ଷକ ମାନେ ସକ୍ରିୟା ଅଂଶଗ୍ରହଣ କରି ପ୍ରତିଯୋଗିତା କୁ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ସୁଶାନ୍ତ ଯୋଶୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Report : Bijay ku sahu
Edited by k.s thakur...
Tags:
annual sports
Bargarh
latest news
latest update
odisha daily current affairs
padamapur
padampur news


