ଡିସେମ୍ବର ୧୪ରୁ ଦୁର୍ଗେଇ ଖୋଲ ଯାତ୍ରା...
ପାଇକମାଳ,୦୫/୧୨ : ପାଇକମାଳ ବ୍ଳକ ମନଭଙ୍ଗ ଡ଼୍ୟାମ ପରିସରରେ ରଞ୍ଜିତ ମଲ୍ଲିକଙ୍କ ସଭାପତିତ୍ବରେ ଦୁର୍ଗେଇ ଖୋଲ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଆସନ୍ତା ଡିସେମ୍ବର ୧୪ ରୁ ୧୫ ତାରିଖ ଯାଏଁ ଦୁର୍ଗେଇ ଖୋଲ ଯାତ୍ରା ହେବ ବୋଲି ମାଁ ଦୁର୍ଗେଇ ଦେବୀ ପୂଜା ପରିଚାଳନା କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି।
Ad..
ପୂଜା କିପରି ହେବ, ଶାନ୍ତିଶୃଙ୍ଖଳା, ଭକ୍ତମାନଙ୍କ ସୁବ୍ୟବସ୍ଥା, ଦେବୀଙ୍କ ମନ୍ଦିର ଓ ପଞ୍ଚପାଲିର କିପରି ବିକଶିତ ହେବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ବୈଠକରେ ମନଭଙ୍ଗ, କୁଢାରୀଫସା, ଲଉଡମାଳ, ମୋତିପାଲି,ପତ୍ରାପାଲି, ପିପଲଖୁଣ୍ଟା, ବିଜୟନଗର, ଲୁକୁପାଲି, ମନ୍ମଥପାଲି, ନୂଆଗାଁ ଓ ମିଠାପାଲି ଗ୍ରାମପଞ୍ଚାୟତ ର ଜନସାଧାରଣ ବୈଠକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଏଥିରେ ପରିଚାଳନା କମିଟି ସଭାପତି ମଧୁସୂଦନ ପାଣ୍ଡେ, ଉପସଭାପତି ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସମ୍ପାଦକ ବେଣୁଧର ମଲ୍ଲିକ, କୋଷାଧ୍ୟକ୍ଷ ହିରଣ୍ୟ ମଲ୍ଲିକ, ପୂଝାରୀ ସୁବାଷ ମଲ୍ଲିକ, ସବିତା ମଲ୍ଲିକ, ନାରାୟଣ ମଲ୍ଲିକ, ତ୍ରିନାଥ ମଲ୍ଲିକ, ଗୋପାଳ ଦାସ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...


