ଗତ ୩ ବର୍ଷ ମଧ୍ୟରେ ସାଇବର ଲୁଟେରା ୧୨୫ କୋଟି ଲୁଟିଛନ୍ତି : ମୁଖ୍ୟମନ୍ତ୍ରୀ...
ଭୁବନେଶ୍ବର,୦୨/୧୨ : ରାଜ୍ୟରେ ସାଇବର ଲୁଟେରା ମାତିଛନ୍ତି। ସଚେତନତା ଅଭାବରୁ ଲୋକେ ସାଇବର ଠକେଇର ଶିକାର ହେଉଛନ୍ତି। ଗତ ୩ ବର୍ଷ ମଧ୍ୟରେ ସାଇବର ଲୁଟେରା ୧୨୫ କୋଟି ଲୁଟି ନେଇଛନ୍ତି। ଏନେଇ ୬ ହଜାର ୩୬୮ଟି ମାମଲା ରୁଜୁ ହୋଇଛି ।
Ad..
ଅଭିଯୋଗ ଆଧାରରେ ୧୩୮୮ ଜଣ ଲୁଟେରା ଗିରଫ ହୋଇଛନ୍ତି।ଏହା ସହିତ ଲୁଟ୍ ହୋଇଥିବା ଲୋକଙ୍କର ୨ କୋଟି ୫୨ ଲକ୍ଷ ଟଙ୍କା ଫେରସ୍ତ କରାଯାଇଛି।
୨୦୨୩ ମସିହାରେ ଦାଏର ହୋଇଥିବା ୨୩୪୮ ଟି ମାମଲା ଆଧାରରେ ୫୨୨ ଜଣ ଗିରଫ ହୋଇଛନ୍ତି। ମୋଟ ୪୭ କୋଟି ୯୪ ଲକ୍ଷ ଟଙ୍କା ସାଇବର ଅପରାଧୀଙ୍କ ଦ୍ବାରା ଲୁଟ୍ ହୋଇଛି । ରାଜ୍ୟ ସରକାର ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଏପରି ଘଟଣାକୁ କିପରି ରୋକିହେବ ଏବଂ ଲୋକଙ୍କୁ ସଚେତନ କରିବା ନେଇ ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଉଛି ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ପ୍ରଦାନ କରିଛନ୍ତି। ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ଉତ୍ତର ରଖିଛନ୍ତି ।
Edited by k.s thakur...
Tags:
assembly session
Bhubaneswar
cm mohan Majhi
latest news
latest update
Odisha
odisha daily current affairs
on cyber crime


