ଓଡିଶା ର ଅଚଳ ଚିନି କଳ କୁ ପୁନଃ ଚାଲୁ କରିବାକୁ ଭାରତୀୟ କିସାନ ସଂଘ ର କୃଷି ମନ୍ତ୍ରୀ ଙ୍କ ସହ ଆଲୋଚନା...
ବରଗଡ଼,୦୪/୧୨ : ବରଗଡ ଚିନିକଳ ସମେତ ବଲାଙ୍ଗୀର, ନୟାଗଡ଼ ଓ ବଡମ୍ବା ଚିନି କଳ ର ବିଭିନ୍ନ ସମସ୍ୟା କୁ ନେଇ କେନ୍ଦ୍ରୀୟ କମିଟି ସହ ସମ୍ପାଦକ ନୂଆଦିଲ୍ଲୀ ର ଶ୍ରୀ ସାଇ ରେଡ୍ଡୀ ଙ୍କ ନେତୃପ୍ତ ରେ ବରଗଡ଼ ରୁ ଶ୍ରୀମୁଖ ପ୍ରଧାନ, ରାଜ୍ୟ ସଭାପତି, ବଲାଙ୍ଗୀର ରୁ ଶ୍ରୀ ଶଶିଭୂଷଣ ସାହୁ, ଜିଲ୍ଲା ସଭାପତି,ନୟାଗଡ଼ ରୁ ଶ୍ରୀ ଜାନକୀ ସ୍ୱାଇଁ ରାଜ୍ୟ ସମ୍ପାଦକ ସହ ଏକ ପ୍ରତିନିଧି ଦଳ କୃଷିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ କୃଷି ସଚିବ ଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟ ରେ ଆଲୋଚନା ରେ ଓଡ଼ିଶାରେ ଅର୍ଥକାରି ଫସଲ ଆଖୁ ଚାଷ ପାଇଁ ଚିନି କଳ ଗୁଡିକୁ ପୁନଃ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ।
Ad..
ଆଲୋଚନା ପରେ କୃଷିମନ୍ତ୍ରୀ ବଲାଙ୍ଗୀର ଓ ନୟାଗଡ଼ ଚିନି କଳ କୁ ତୁରନ୍ତ କାର୍ଯ୍ୟ କ୍ଷମ କରିବାପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସଚିବ ଙ୍କୁ ପରାମର୍ଶ ଦେଇଥଲେ, ବରଗଡ଼ ଓ ବଡମ୍ବା ଚିନି କଳ ପାଇଁ କିଛି ନୁଆଁ ପଦ୍ଧତି ଅନୁସରଣ କରି ତାକୁ ମଧ୍ୟ କୃଷକ ମାନଙ୍କ ପାଇଁ ଆୟ ର ପନ୍ଥା ବାହାର କରିବାକୁ ନିର୍ଦେଶ ଦେଇଥିଲେ।
ବରଗଡ ଚିନିକଳ ସମ୍ପୂର୍ଣ ବନ୍ଧ ସହ ଇଡ଼କୋ ହସ୍ତାରିତ ହୋଇଥିବାରୁ ରାଜ୍ୟ ସଭାପତି ଶ୍ରୀମୁଖ ପ୍ରଧାନ ଉଦବେଗ ପ୍ରକାଶ କରି ଏହାକୁ ସ୍ୱତନ୍ତ୍ର କୃଷି ଭିତ୍ତକ ଆଖୁ/ଇଥାନାଲ ସହ ମେଗା ଶୀତଳ ଭଣ୍ଡାର କରିବାକୁ ମାନ୍ୟବର ମନ୍ତୀ ଙ୍କୁ ଅନୁରୋଧ କରିଥିଲେ ଓ ଏକ ମେମୋରୁଣ୍ଡମ ପ୍ରଦାନ କରି ଥିଲେ, ପରେ ଶ୍ରୀ ଯାଜ୍ଞଶ୍ୱର ବାବୁ ଙ୍କୁ ପ୍ରତିନିଧି ଦଳ ଭେଟି ବଲାଙ୍ଗୀର ଚିନିକଳ ଉପରେ ତଥ୍ୟ ଦେବାକୁ ଆଲୋଚନା ମାଧ୍ୟମରେ ଅନୁରୋଧ କରିଥିଲେ।
Report : Bijay ku sahu
Edited by k.s thakur...


