ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷଣୀୟ କ୍ଷେତ୍ର ପରିଦର୍ଶନ...
କଣ୍ଟାବାଞ୍ଜି,୨୫/୧୨ : ତୁରେକେଲା ବ୍ଳକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନ ରତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ହରିଶଙ୍କର ପରିଦର୍ଶନ କରିଥିଲେ।
Ad..
ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଆୟୋଜନରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତୁନୁ କୁମାର ପଢିହାରୀଙ୍କ ତତ୍ତ୍ୱାବଧାନରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ହରିଶଙ୍କର ମନ୍ଦିର, ଝରଣା ଓ ହରିଣ ପାର୍କ ପରିଦର୍ଶନ କରି ତାରି ଉପରେ ଶୈକ୍ଷିକ ଧାରଣା ପାଇଥିଲେ।
Ad..
ଏହି ଅବସରରେ ତୁରେକେଲା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ତଥା ନିଆରା ସମ୍ପର୍କ ପିଲାଙ୍କ ମୁଁହରେ ହସ କାର୍ଯ୍ୟକ୍ରମର ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ କରିଥିଲେ।ତାଙ୍କ ମଧ୍ୟରେ ବାଟି ଚାମଚ, ବେଲୁନ ଫୁଙ୍କା, ନୃତ୍ୟ ଭଳି ଅନେକ ପ୍ରତିଯୋଗିତା କରି ସେମାନଙ୍କୁ ପୁରସ୍କୃତ କରିଥିଲେ।
Ad..
ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଆରଟି ସୁନୀଲ ସାହୁ,ଜ୍ୟୋତି ବିକାଶ ବାରିକ, ସିଆରସିସି ଧନସିଂ ମାଝୀ, କୃତିବାସ ବରିହା, ଗଜୟ ଦାଶ,ଅନୁପ କୁମାର ଦାସ, ଶିକ୍ଷୟିତ୍ରୀ ମମତା ପଣ୍ଡା, କୁନି ସାହୁ,ସୂର୍ଯ୍ୟକାନ୍ତ ରଣା, ବୁଦ୍ଧେଶ୍ୱର ବନଛୋର,ରମେଶ ସୁନା, ଟିକେଶ୍ୱର ବେହେରା, ସରୋଜ ପୁରୋହିତ, ସଞ୍ଜୟ ଖୁରା ଓ ଅଭିଭାବକ ମାନେ ସହଯୋଗ କରିଥିଲେ।
Edited by k.s thakur...




