ସରକାରୀ ବସ୍ ଷ୍ଟାଣ୍ଡର ଶୌଚାଳୟ ଦୂରାବସ୍ଥା,ନିରୀକ୍ଷଣ କଲେ ପୌରାଧକ୍ଷା ଓ ନାଗରିକ କମିଟି...
ବରଗଡ଼,୦୬/୧୨ : ବରଗଡ ସହର ମଧ୍ୟରେ ଥିବା ସରକାରୀ ବସ୍ ଷ୍ଟାଣ୍ଡ ର ଦୂରାବସ୍ଥା ନେଇ ପୌର ପରିଷଦ ରେ ଅଭିଯାଗ ହେଵା ପରେ ଶୁକ୍ରବାର ପୌରାଧକ୍ଷା କଳ୍ପନା ମାଝୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଆଇନଜୀବୀ ଭୀଷ୍ମଦେବ ସରାଫ ଓ ଅନ୍ୟମାନେ ଗ୍ରାଉଣ୍ଡ ରିପୋର୍ଟ ଜାଣିବା ପାଇଁ ପହଂଚି ଥିଲେ।
Ad..
ଶୌଚାଳୟ ରେ ପାଣି, ବିଜୁଳି, ସଫେଇ ବ୍ୟବସ୍ଥା ବିଷୟରେ ଡିଟିଏମ ଙ୍କୁ ପଚାରି ବୁଝି ଥିଲେ ଓ ତୁରନ୍ତ ଏହାକୁ କାର୍ଯ୍ୟ କାରି କରିବାକୁ କହିଥିଲେ। ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଯାତ୍ରୀ ଏହି ବସ ଷ୍ଟାଣ୍ଡ କୁ ଆସିଥାନ୍ତି ହେଲେ ଅବ୍ୟବସ୍ଥା କାରଣ ରୁ ନାଇଁ ନଥିବା ହଇରାଣ ହେଉଥିବା ଅଭିଯୋଗ ସଚେତନ ନାଗରିକ ମାନେ କରିଥିଲେ। ସେହିପରି ବସ୍ ଷ୍ଟାଣ୍ଡର ପରିମଳ ବ୍ୟବସ୍ଥା କୁ ସୁଦୃଢ କରିବାକୁ ନିର୍ଦେଶ ଦେଇଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲ,ବିଶ୍ୱଜିତ ବିଶ୍ୱାଳ, ଶୟନ ପଣ୍ଡା, ମନୋହର ପ୍ରଧାନ,କିଶୋର ସାହୁ,ଭବାନୀ ସାହୁ, ନିଖିଳ ପାଣିଗ୍ରାହୀ, ସରୋଜ ନାଏକ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...
Tags:
bargargh
bargarh news
government bus stand
latest news
latest update
odisha daily current affairs
toilet


