ପ୍ରଶିକ୍ଷଣ ପ୍ରଦର୍ଶିକା ପୂର୍ଣ୍ଣାଙ୍ଗ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ...

ପ୍ରଶିକ୍ଷଣ ପ୍ରଦର୍ଶିକା ପୂର୍ଣ୍ଣାଙ୍ଗ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ...


ବଲାଙ୍ଗୀର,୨୫/୧୧ : ବିଦ୍ୟାଳୟ ମାନଙ୍କରେ ସାମାଜିକ, ଆବେଗିକ ଓ ନୈତିକ ଶିକ୍ଷଣ ତଥା ବହୁଶ୍ରେଣୀ ବହୁସ୍ତରୀୟ ଶିକ୍ଷାଦାନ ଉପରେ ଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା ପ୍ରସ୍ତୁତ ହୋଇଥିବା ପ୍ରଶିକ୍ଷଣ ପ୍ରଦର୍ଶିକା ପୂର୍ଣ୍ଣାଙ୍ଗ ଉପରେ ଏକ ଚାରି ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଜିଲ୍ଲା ଶିକ୍ଷା ଓ ପ୍ରତିଷ୍ଠାନ ବଲାଙ୍ଗୀରର ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଥିଲା।

         Ad..


ଉଦଘାଟନୀ ଉତ୍ସବରେ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ.ଜୟ ପ୍ରକାଶ ଦାଶ ଓ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ କେଶବ ମେହେର ଉଦବୋଧନ ଦେଇଥିଲେ।ପ୍ରଥମ ପର୍ଯ୍ୟାୟରେ ଚଉଦଗୋଟି ବ୍ଳକରୁ ବୟାଳିଶ ଜଣ  ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକମାନେ ତାଲିମ ଗ୍ରହଣ ପାଇଁ ଯୋଗ ଦେଇଥିଲେ।

ଏହି ପ୍ରଶିକ୍ଷଣ ଶିବିରରେ ଶିକ୍ଷକ ପ୍ରଶିକ୍ଷକ ଆରତୀ ସାହୁ,ଡ.ପ୍ରଶାନ୍ତ କୁମାର ନିଖଣ୍ଡିଆ,ସୁଶ୍ରୀ ସ୍ୱ।ଗତିକା ବଳିଆରସିଂହ ତାଲିମ ପ୍ରଦାନ କରିଥିଲେ।ଏଠାରୁ ତାଲିମ ଗ୍ରହଣ କରିବା ପରେ ସାଧନକର୍ମୀ ବ୍ଳକ ସ୍ତରରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିବେ।



Edited by k.s thakur...



Post a Comment

Previous Post Next Post