"୭୫ତମ ବ୍ଲକ ସ୍ତରୀୟ ସମ୍ବିଧାନ ଦିବସ" ପାଳିତ...

"୭୫ତମ ବ୍ଲକ ସ୍ତରୀୟ  ସମ୍ବିଧାନ ଦିବସ" ପାଳିତ...


ବରଗଡ଼,୨୭/୧୧ : ଏସ୍.ସି, ଏସ୍.ଟି ମିଳିତ ମଞ୍ଚ ସୋହେଲା ଆନୁକୂଳ୍ଯ ରେ ଇଚ୍ଛାପାଲି ଗ୍ରାମ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ସଂଖ୍ୟାଧିକ ଲୋକ ଏବଂ ବହୁଜନ ସମାଜ ର ବରିଷ୍ଠ ବ୍ୟକ୍ତିବିଶେଷଙ୍କୁ ନେଇ "୭୫ତମ ବ୍ଲକ ସ୍ତରୀୟ  ସମ୍ବିଧାନ ଦିବସ" ପାଳିତ ହୋଇଯାଇଅଛି।

           Ad..


ସମାରୋହର ପରିଚାଳନା ଅଶୋକ ଛତର କରିଥିଲେ ଏବଂ ମୁଖ୍ଯ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର, ସମ୍ମାନିତ ଅତିଥି ଭାବରେ ସୋହେଲା ବ୍ଲକ ର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଘାସିରାମ ଭୁଏ, ବରଗଡ଼ ଜିଲ୍ଲା ଏସ୍.ସି,ଏସ୍.ଟି ମିଳିତ ମଞ୍ଚ ଜିଲ୍ଲା ସଭାପତି ମନୋଜ କୁମାର କଲେତ,ସୁରେଖା ଭୁଏ, ମନ୍ଦାକିନୀ ମଲ୍ଲିକ, ସଦାନନ୍ଦ ଧରୁଆ, ସୋହେଲା ଥାନା IIC ଶଶୀଭୂଷଣ ମିଶ୍ର ଓ କବି ରଞ୍ଜନ ସାଗର ମଞ୍ଚାସୀନ ଅତିଥି ଭାବରେ ଯୋଗ ଦେଇଥିଲେ। 

ସମାରୋହ ପ୍ରାରମ୍ଭରେ ବହୁଜନ ସମାଜ ପାର୍ଟି ବରଗଡ଼ ଜିଲ୍ଲାର ସାଧାରଣ ସମ୍ପାଦକ ସରୋଜ କୁମ୍ଭାର ସମ୍ବିଧାନ ବିସୟରେ ବିସ୍ତୃତ ଭାବରେ ଅବଗତ କରାଇଥିଲେ ଏବଂ ଆମନ୍ତ୍ରିତ ଅତିଥିମାନେ ସମ୍ବିଧାନ ରେ ଥିବା ମୌଳିକ ଅଧିକାର, ମୌଳିକ କର୍ତ୍ତବ୍ଯ ଈତ୍ଯାଦି ବିଷୟରେ ବୁଝାଇଥିଲେ। 

ଏହି ସମ୍ବିଧାନ ଦିବସ ସମାରୋହ ର ଆୟୋଜକ କମିଟି ଭାବରେ ବିକ୍ରମ ମହାନନ୍ଦ, ରଞ୍ଜନ ଛତର,ମନୋଜ କୁମାର ନନ୍ଦ,ମନୋଜ ବାଗ, ଶୁଭମ ନନ୍ଦ,ରୋହିତ ବାଗ, ବିଶ୍ବନାଥ କୁମ୍ଭାର, ସୁଦାମ ସୁନା, ବଳଦେବ ଲୁହା, ଦିଲ୍ଲୀପ ସୁନା, ମଣ୍ଟୁ ଛତର, ପ୍ରଶାନ୍ତ ତାଣ୍ଡି, ଶିବ ମହାନନ୍ଦ, ସୁଦାମ ବାଗ, ସରୋଜ କଲେତ, ରାକେଶ ମହାନନ୍ଦ,ପ୍ରମୋଦ ପୋଢ, ଅଜିତ ସଡଙ୍ଗୀ,ରମେଶ କୁମ୍ଭାର,ମଧୁସୂଦନ କଲେତ,ଅମିତ ମହାନନ୍ଦ, ଲକ୍ଷ୍ମଣ ନନ୍ଦ ପ୍ରମୁଖ ସକ୍ରୀୟ ସଦସ୍ୟଗଣ ସମାରୋହରେ ଉପସ୍ଥିତ ରହିଥିଲେ। 

ପରିଶେଷରେ ବିକ୍ରମ ମହାନନ୍ଦ ଓ ରମେଶ ଭୂଏ ସମାରୋହ ରେ ଉପସ୍ଥିତ ରହି ସମାରୋହ କୁ ସାଫଲ୍ଯମଣ୍ତିତ କରିଥି ସମସ୍ତ ବ୍ଯକ୍ତିଙ୍କୁ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମ ର ସମାପନ କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post