ସହାୟତା ର ହାତ ବଢ଼ାଇଲେ ବରଗଡ଼ ଜିଲ୍ଲା ଖବରକାଗଜ ବିତରକ ସଂଘ...

ସହାୟତା ର ହାତ ବଢ଼ାଇଲେ ବରଗଡ଼ ଜିଲ୍ଲା ଖବରକାଗଜ ବିତରକ ସଂଘ...


ବରଗଡ଼,୨୮/୧୧ : ଗତ ମାସ ୪ ତାରିଖ ଦିନ ସଂକିର୍ଡା ଅଞ୍ଚଳ ରେ ଖବରକାଗଜ ବିତରଣ କରୁଥିବା ଶୁକ୍ରୁ ଭୁଏ ଓ ତାଙ୍କ ସାଥୀ ହରିଶ୍ଚନ୍ଦ୍ର ବାରିକ ସଡ଼କ ଦୁର୍ଘଟଣା ରେ ଗୁରୁତର ଆହତ ହୋଇଥିଲେ। ହରିଶ୍ଚନ୍ଦ୍ର ଚିକିତ୍ସା ପରେ ଘରକୁ ଫେରି ଯାଇଥିବା ବେଳେ ଏବେ ଶୁକ୍ରୂ ବିକାଶ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ପରିବାର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବା ବେଳେ ଦୀର୍ଘ  ୨୫ ଦିନ ଧରି  ଚିକିତ୍ସିତ ହେଉଛନ୍ତି ତା ସହ ବହୁ ଟଙ୍କା ତାଙ୍କର ଖର୍ଚ୍ଚ ହେଉଛି।

            Ad..


ଏପରି ସ୍ଥିତି ରେ ବରଗଡ଼ ଜିଲ୍ଲା ଖବରକାଗଜ ବିତରକ ସଂଘ ସଭାପତି ଯୋଗେନ୍ଦ୍ର ସାହୁ ତଥା ସହ ସମ୍ପାଦକ ଅଚ୍ୟୁତ ସର୍ ପହଞ୍ଚି ଶୁକ୍ରୁ ଙ୍କ ପତ୍ନୀ ଙ୍କୁ ଆର୍ଥିକ ସହାୟତା ଦେବା ସହ ଆରୋଗ୍ୟ କାମନା କରିଛନ୍ତି।ଦୀର୍ଘ ଦିନ ହେବ ସେ ଖବର କାଗଜ ବିତରଣ କରି ଆସୁଥିବା ବେଳେ କୌଣସି ସମ୍ବାଦ ପତ୍ର ସଂସ୍ଥା ସାମାନ୍ୟ ଟିକେ ବି ସହଯୋଗ ନ କରିବା ଦୁଃଖ ର ବିଷୟ ।

ଏବେ ସେ ଆର୍ଥିକ ଅବସ୍ଥା ଠିକ୍ ନ ଥିବାରୁ ଗତକାଲି ବିକାଶ ହସ୍ପିଟାଲ୍ ରୁ ପରିବାର ଲୋକ ନେଇ ବୁର୍ଲା ଠାରେ ଚିକିତ୍ସା କରାଉଛନ୍ତି। ରମେଶ ଦାସ, ଜୟ ପ୍ରକାଶ କୁମ୍ଭାର, ସୁଶିଲ ମହାନନ୍ଦ, ସମ୍ପଦ କଲେତ, ହରି ମୁଗୁରି, ପ୍ରମୁଖ ବିତରକ ସଂଘ ର ସଭ୍ୟ ମାନେ ଶୁକ୍ରୁ ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ତା ସହ ତାଙ୍କ ପରିବାର କୁ ସହଯୋଗ କରନ୍ତୁ ବୋଲି ଅନୁରୋଧ କରିଛନ୍ତି।




Report : Bijay ku sahu

Edited by k.s thakur...



Post a Comment

Previous Post Next Post