ଜାତୀୟ ସ୍ଥରରେ କବାଡି ଖେଳରେ କୃତିତ୍ୱ ହାସଲ କରିଥିବା ଖେଳାଳି ସମ୍ବର୍ଧିତ...

ଜାତୀୟ ସ୍ଥରରେ କବାଡି ଖେଳରେ କୃତିତ୍ୱ ହାସଲ କରିଥିବା ଖେଳାଳି ସମ୍ବର୍ଧିତ...


ବଙ୍ଗୋମୁଣ୍ଡା,୨୭/୧୧ : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର  ଛାତ୍ର ଓମ ସା ମଧ୍ୟପ୍ରଦେଶ ରାଜ୍ୟ ର ଭୋପାଳ ଠାରେ  ଆୟୋଜିତ ୬୮ ତମ ଜାତୀୟ ସ୍କୁଲ ଖେଳ ପ୍ରତିଯୋଗିତାରେ  ଓଡ଼ିଶା ଟିମରୁ କବାଡି  ଖେଲାଳି ଭାବେ ଅଂଶଗ୍ରହଣ କରିଥିଲେ ।

Ad..


ସୁନ୍ଦରଗଡ ଜିଲ୍ଲାର କୁତ୍ରା ପ୍ରଶିକ୍ଷଣ ଶିବିରରେ ୧୦ ଦିନ ପ୍ରଶିକ୍ଷଣ ନେବା ପରେ ମଧ୍ୟପ୍ରଦେଶର ଭୋପାଳ ଠାରେ କବାଡି ପ୍ରତିଯୋଗି ଭାବରେ ଯୋଗଦେଇଥିଲେ ।ଓଡ଼ିଶା ଟିମ ରୁ ବଙ୍ଗୋମୁଣ୍ଡା ର ଜଣେ ଛାତ୍ର ଅଂଶ ଗ୍ରହଣ କରି ଅଞ୍ଚଳର ଗୌରବ ବଢାଇଥିଲେ। ଆଜି ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ ଯୋଶୀ ଓମ ସା କୁ ସମ୍ବର୍ଦ୍ଧିତ କରିଥିଲେ।



Edited by k.s thakur...

Post a Comment

Previous Post Next Post