ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ସମ୍ବିଧାନ ଦିବସ ପାଳିତ...

ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ସମ୍ବିଧାନ ଦିବସ ପାଳିତ...


ପଦମପୁର,୨୭/୧୧- ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପୂର୍ବତନ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଟିକେଲାଲ୍ ସାହୁ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ ଓ ସମ୍ବିଧାନ ଉପରେ ଭାବଗର୍ଭକ ତଥ୍ୟ ଉପସ୍ଥାପନ କରିଥିଲେ। 

Ad..


ଶପଥ ଗ୍ରହଣ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରା ଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରମୋଦ ନାଥ ସଂଯୋଜନା କରିଥିବା ବେଳେ ଶ୍ରୀ ଚନ୍ଦ୍ରଭାନୁ ବଡ଼ଗୁଛିଆ ଓ ଶ୍ରୀ ସୁରେଶ ପଟେଲ ସହଯୋଗ କରିଥିଲେ।ପରିଶେଷରେ ଶ୍ରୀ ଲେଖ୍ରୁ ବାରିକ୍ ଧନ୍ୟବାଦ୍ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post