ବାପାଙ୍କୁ ମୁଖାଗ୍ନୀ ଦେଲେ ତିନି ଝିଅ...

ବାପାଙ୍କୁ ମୁଖାଗ୍ନୀ ଦେଲେ ତିନି ଝିଅ...


ବରଗଡ଼,୨୬/୧୧ : ବାପାଙ୍କ ମୃତ୍ୟୁ ର ତିନି ଦିନ ପରେ ଦାହ ସଂସ୍କାର ସହ ବାପାଙ୍କୁ ମୂଖାଗ୍ନୀ ଦେଉଛନ୍ତି ତିନି ଝିଅ। ବରଗଡ଼ ସହର କଲେଜ ରୋଡ଼ ଗଣେଶ ନଗର ନିବାସୀ ଘନଶ୍ୟାମ ମହାପାତ୍ରଙ୍କ ଗତ ରବିବାର ସନ୍ଧ୍ୟା ରେ ମୃତ୍ୟୁ ଘଟିଥିଲା।

       Ad..


ତିନି ଝିଅ ଙ୍କ ମଧ୍ଯ ରୁ  ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି କଲେଜ ରେ ଅଧ୍ୟାପନା କରୁଥିବା ବଡ ଝିଅ ସୁନୟନା ଏବଂ ମଧ୍ଯପ୍ରଦେଶ ର ଉଜ୍ଜୟିନୀ ରେ ସ୍ନାତକୋତ୍ତର ପଢୁଥିବା ସାନ ଝିଅ ସୁନାକ୍ଷୀ ଖବର ପାଇ ବରଗଡ଼ ପହଞ୍ଚିଥିବା ବେଳେ ଫ୍ରାନ୍ସ ରେ ଥିବା ମଝିଆଁ ଝିଅ ସୁକନ୍ୟା ପହଞ୍ଚି ପାରିନଥିଲେ। 

ସେଥିପାଇଁ ବାପା ଙ୍କ ମର ଶରୀର କୁ ବରଗଡ଼ ଜିଲ୍ଲା ମୁଖ୍ୟାଳୟ ରେ ଥିବା ଶବାଗାର ରେ ରଖା ଯାଇଥିଲା । ଆଜି ସକାଳେ ତାଙ୍କର ମୃତ ଦେହ ବରଗଡ଼ ଜୀରା ନଦୀ କୂଳ ସ୍ବର୍ଗ ଦ୍ବାର କୁ ନିଆଯାଇ ଅନ୍ତିମ ସତ୍କାର କରାଯାଇଥିଲା। ଏଥିରେ ତିନି ଝିଅ ଙ୍କ ସମେତ ତାଙ୍କର ବଡଵାପା ଙ୍କ ପୁଅ ପ୍ରବୀଣ ମୁଖାଗ୍ନି ଦେଉଥିଲେ।

ସ୍ୱର୍ଗତ ମହାପାତ୍ର ବରଗଡ଼ ସମବାୟ ଚିନି କାରଖାନା ଏବଂ ବରଗଡ଼ ନିବନ୍ଧକ କାର୍ଯ୍ୟାଳୟ ରେ ଚାକିରୀ କରି ଅବସର ଗ୍ରହଣ କରିଥିଲେ। ରେମଣ୍ଡା ଗ୍ରାମ ନିବାସୀ ସ୍ଵାଧୀନତା ସଂଗ୍ରାମୀ ଦ୍ବାରିକା ମହାପାତ୍ର ଙ୍କ ପୁଅ ଶ୍ରୀ ମହାପାତ୍ର ଙ୍କୁ ମୃତ୍ୟୁ ବେଳକୁ ସତୁରୀ ବର୍ଷ ବୟସ ହେଉଥିଲା। ସେ ବରଗଡ଼ ବରିଷ୍ଠ ନାଗରିକ ସଂଘ ର ସଦସ୍ୟ ଥିଲେ । ତାଙ୍କର ବିୟୋଗ ରେ ବିଭିନ୍ନ ମହଲ ରେ ଶୋକ ପ୍ରକାଶ ପାଇଛି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post