ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତା...
କଣ୍ଟାବାଞ୍ଜି,୧୨/୧୧ : ବଲାଙ୍ଗୀର ଜିଲ୍ଲା ସ୍ତରୀୟ ତ୍ରିଦିବସୀୟ ସତର ବର୍ଷରୁ କମ କ୍ରିକେଟ ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚଟୁଅନକାଙ୍କ ମିଳିତ ସହଯୋଗରେ ସ୍ଥାନୀୟ ଖେଳ ପଡିଆରେ ଉଦଘାଟିତ ହୋଇଯାଇଛି।
Ad..
ଉଦଘାଟନୀ ଉତ୍ସବରେ ତୁରେକେଲା ବ୍ଳକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଣ୍ଟାବାଞ୍ଜି ତହସିଲଦାର ଅଞ୍ଜଳି ମାଝୀ, ମୁଖ୍ୟ ଅତିଥି,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର, ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି,ଅନୀତା ତ୍ରିପାଠୀ, ଦିଲ୍ଲୀପ ଧରୁଆ ମଞ୍ଚାସୀନ ଥିଲେ।
ତୁରେକେଲା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା ଓ ଦିଲ୍ଲୀପ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ।ପୂଜାର୍ଚ୍ଚନା ପରେ ଚଟୁଅନକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱ।ଗତ ସଙ୍ଗୀତ ଓ ଦଳଗତ ନୃତ୍ୟ ପରିବେଷଣ କରିଥିଲେ।ଅପରାହ୍ଣରେ କଣ୍ଟାବାଞ୍ଜି ନଗରପାଳ ବରିୟାମ ସିଂ ସାଲୁଜା ଅତିଥି ଭାବରେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।
ପ୍ରଥମ ଦିବସରେ ଆଗଲପୁର ବ୍ଳକ ଓ ଖପ୍ରାଖୋଲ ବ୍ଳକ ମଧ୍ୟରେ ହୋଇଥିବା ମ୍ୟାଚରେ ଖପ୍ରାଖୋଲ ଦଳ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ ତୁରେକେଲା ବ୍ଲକ ଓ ମୁରିବାହାଲ ବ୍ଳକ ମଧ୍ୟରୁ ମୁରିବାହାଲ ବ୍ଳକ ବିଜୟୀ ହୋଇଥିଲା।
ଏଥିରେ ଦୀନେଶ ମହାନନ୍ଦ, ଧନସିଂ ମାଝୀ, ପ୍ରେମରାଜ ପାଣିଗ୍ରାହୀ, ମୋହନ ବରିହା, କୃତ୍ତିବାସ ବରିହା,ଗଜୟ ଦାଶ,ଅନୁପ କୁମାର ଦାସ, ଶୁଭେନ୍ଦ୍ର ମହାନ୍ତି, କୃଷ୍ଣଚନ୍ଦ୍ର ବାରିକ,ରାଜେନ୍ଦ୍ର ଧରୁଆ, ଅମିତ ପାଣିଗ୍ରାହୀ, ମନୋଜ ମହାପାତ୍ର, ଉପେନ୍ଦ୍ର ଚନ୍ଦନ,ପୀତବାସ ସାହୁ,ବିନୋଦ ମହାପାତ୍ର, ଗୁରୁ ପ୍ରସାଦ ଛତ୍ରିଆ,ସୁଶାନ୍ତ ରାଉତ,ସୂଚୀସ୍ମିତା ଦାସ,ନିକିତା ସେଠ,ଶ୍ୱେତ। ବାଗ, ମ୍ୟାଚ ପରିଚାଳକ ଦେବୀ ପ୍ରସାଦ ରାଉତ,ରାଜେନ୍ଦ୍ର ସେଠ,ରାଜ କୁମାର ପାଣିଗ୍ରାହୀ, ସୌରଭ ପ୍ରଧାନ, ରଜତ ଦାଶ,ଉମାକାନ୍ତ ପଧାନ, ମୁକଶ ସ୍ୱ।ଇଁ,ପ୍ରସାନନ୍ଦ ବାଗ,ସତ୍ୟ ନାରାୟଣ ପଟେଲ,ଜିତୁ ନାଏକ,ନରସିଂହ ନାଇଡୁ,ସ୍ମିଥ ଦଳେଇ,ଆରିଫ ମହମ୍ମଦ, ସେହବାଜ ଖାନ ସହଯୋଗ କରିଥିଲେ।
Edited by k.s thakur...


