ମଥୁରା ପାଲଟିଛି ବଙ୍ଗୋମୁଣ୍ଡା,କଂସର ରାଜୁତିରେ ପ୍ରକମ୍ପିତ...
ବଙ୍ଗୋମୁଣ୍ଡା,୧୩/୧୧ : ବଙ୍ଗୋମୁଣ୍ଡା ବ୍ଲକ ସଦରସ୍ଥିତ ସର୍ବସାଧାରଣ ଖେଳପଡ଼ିଆ ଠାରେ ଆୟୋଜିତ ୩୮ ତମ ଧନୁଯାତ୍ରା ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ କଂସ ମହାରାଜଙ୍କ ରାଜଦରବାରକୁ ରାଜକୀୟ ଅତିଥି ଭାବେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ,କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ବିଜେପି ଜିଲା ସଭାପତି ଶିବାଜୀ ମହାନ୍ତି,ସମ୍ପାଦକ ଅଜୟ ଶର୍ମା,ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସରେ ହସ୍ତୀ ପିଠିରେ ବସି କଂସ ମହାରାଜ ରାଜଦରବାରକୁ ପହଞ୍ଚିଥିଲେ।
Ad..
ରାଜକାର୍ଯ୍ୟ ଆରମ୍ଭ ପରେ କଂସ ମହାରାଜ ଙ୍କ ରାଜ ଦରବାରକୁ ରାଜକୀୟ ଅତିଥି ଭାବେ ଟିଟିଲାଗଡ ଉପଜିଲ୍ଲାପାଳ ରେହାନ ଖେତ୍ରୀ,ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବଙ୍ଗୋମୁଣ୍ଡାର ଅଧ୍ୟକ୍ଷ ଗରୁଡ଼ଧ୍ଵଜ ବେହେରା,ବଳଧା ସରପଞ୍ଚ ପ୍ରତିନିଧି ସମାଜସେବୀ ସଦାନନ୍ଦ ତାଣ୍ଡି ପ୍ରମୁଖ ଯୋଗଦେଇଥିଲେ।ବଙ୍ଗୋମୁଣ୍ଡାରେ ଏଭଳି ଏକ ବିରାଟ ଆୟୋଜନ ମାଧ୍ୟମରେ କଳା, ସଂସ୍କୃତି କୁ ଉଜ୍ଜୀବିତ କରିବାର ପ୍ରୟାସ ପାଇଁ ଉପଜିଲ୍ଲାପାଳ ପ୍ରଶଂସା କରିଥିଲେ।
ଡ଼ଃ ନାରାୟଣ ମିଶ୍ର ସଭାକୁ ସଂଯୋଜନା କରିଥିଲେ ।ରଙ୍ଗମଞ୍ଚରେ କୃଷ୍ଣ ଜନ୍ମ,ବିଜୁଳି କନ୍ୟାର ଶୁନ୍ୟବାଣୀ,ପୁତନା ଆହ୍ଵାନ ଓ ପ୍ରେରଣ,ଅଷ୍ଟମଲ୍ଲ ଆହ୍ୱାନ ଓ ପ୍ରେରଣ ଆଦି ନାଟ୍ୟାଭିନୟ ଅଭିନୀତ ହୋଇଥିଲା ।ପୌରାଣିକ କଥାବସ୍ତୁ ଆଧାରିତ ନାଟ୍ୟାଭିନୟ ଏବଂ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କୁ ଆକୃଷ୍ଟ କରୁଛି ।
ସଭାପତି ତୁଳସିରାମ ହଂସ,ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ, ସାଂସ୍କୃତିକ ସମ୍ପାଦକ ଘନଶ୍ୟାମ ମନହୀରା ପ୍ରମୁଖ ଙ୍କ ସହ କମିଟି କାର୍ଯ୍ୟକର୍ତା ସହଯୋଗ କରିଥିଲେ । ହଜାର ହଜାର ଦର୍ଶକ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉପଭୋଗ କରିଥିଲେ।
Edited by k.s thakur...


