ବ୍ଲକ ଶିକ୍ଷାଅଧିକାରୀ ଙ୍କ ପଦୋନ୍ନତି ସକାଶେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ...

ବ୍ଲକ ଶିକ୍ଷାଅଧିକାରୀ ଙ୍କ ପଦୋନ୍ନତି ସକାଶେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ...


ପଦମପୁର,୧୯/୧୧ :- ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଚାଲିଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶିକ୍ଷଣ ଅବସରରେ ଉକ୍ତ ବିଦ୍ୟାଳୟର ଡି ଡି ଓ ତଥା ପାଇକମାଲ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଚୁଡ଼ାମଣି ବାରିକଙ୍କୁ ପଦୋନ୍ନତି ସକାଶେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।

Ad..


 ରାଜବୋଡ଼ାସମ୍ବର ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ସହ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ରାମସିଂ ଭୋଇ ଓ ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଗୋପାଲଜୀ ପ୍ରସାଦ ପାଣିଗ୍ରାହୀ ଉପସ୍ଥିତ ଥିଲେ। ଶ୍ରୀ ବାରିକ ବର୍ତ୍ତମାନ ପାଇକମାଲ ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ଯ ରତ ଓ ସେ ଜଣେ ଦକ୍ଷ ପ୍ରଶାସକ ଓ ଉଦାର ମନୋବୃତ୍ତି ର ବ୍ୟକ୍ତି ଭାବରେ ବେଶ ଜଣାଶୁଣା। 

ତାଙ୍କୁ ବ୍ଲକ ଶିକ୍ଷାକାର୍ଯ୍ୟାଳୟ ପଦମପୁର,ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ସମସ୍ତ କର୍ମଚାରୀ ସମେତ ପ୍ରଶିକ୍ଷଣ ନେଉଥିବା ସମସ୍ତ ଶିକ୍ଷକ ଓ ସାଧନକର୍ମୀ ମାନଙ୍କ ତରଫରୁ  ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ବାରିକ  ଗ୍ରୁପ 'ଏ 'ସିନିଅର ବିଇଓ ଭାବରେ ପଦୋନ୍ନତି ପାଇଛନ୍ତି । ପରିଶେଷରେ ଶ୍ରୀ ଶେଷଦେବ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...




Post a Comment

Previous Post Next Post