୪ ଦିନ ଧରି ବିଦ୍ୟୁତ୍ ବିତରଣ ବିଛିନ୍ନ ହୋଇଥିବା ଘଟଣାରେ ଗ୍ରାମବାସୀ ମଧ୍ୟରେ ତୀବ୍ର ଆକ୍ରୋଶ...

୪ ଦିନ ଧରି ବିଦ୍ୟୁତ୍ ବିତରଣ ବିଛିନ୍ନ ହୋଇଥିବା ଘଟଣାରେ ଗ୍ରାମବାସୀ ମଧ୍ୟରେ ତୀବ୍ର ଆକ୍ରୋଶ...


ବରଗଡ଼,୧୯/୧୧ : ବରଗଡ ଜିଲ୍ଲାର ସରକଣ୍ଡା ପଞ୍ଚାୟତର ଜାମ୍‌ଛାପର ଗ୍ରାମରେ ଗତ ୪ ଦିନ ଧରି ବିଦ୍ୟୁତ୍ ବିତରଣ ବିଛିନ୍ନ ହୋଇଥିବା ଘଟଣାରେ ଗ୍ରାମବାସୀ ମଧ୍ୟରେ ତୀବ୍ର ଆକ୍ରୋଶ ଦେଖା ଦେଇଛି। ଗ୍ରାମର କିଛି ରେଗୁଲାର କନ୍ଜ୍ୟୁମର ଥିବା ସ୍ବତ୍ତେ ସବୁ ଘରକୁ ବିଦ୍ୟୁତ୍ ବିଛିନ୍ନ କରାଯିବାକୁ ଗ୍ରାମବାସୀ ଅନ୍ୟାୟ ବୋଲି ଅଭିଯୋଗ କରିଛନ୍ତି।

Ad..


୧୮ ନଭେମ୍‌ବର ୨୦୨୪ ତାରିଖରେ ଗ୍ରାମବାସୀ ସୁଚନା ଦେଇ ଟାଟା ପାୱାର ଅଫିସ୍ ସୋହେଲା ଘେରାଉ କରିଥିଲେ। କିନ୍ତୁ ବିଦ୍ୟୁତ୍ ବିତରଣ ସଂସ୍ଥା କୌଣସି ପ୍ରକାର ଆଲୋଚନାରେ ଆସିବାକୁ ଅସ୍ଵୀକାର କରିଥିଲା। ଏହା ଦେଖି ଗ୍ରାମବାସୀ ଶେଷରେ ୧୯ ନଭେମ୍ବର ରେ ୧୦ ମାଇଲ ଛକରେ ରାସ୍ତା ଅବରୋଧ କରିଥିଲେ।

ଘଟଣା ସ୍ଥଳରେ ପହଞ୍ଚିଥିବା ଅତିରିକ୍ତ ଡିଏସ୍‌ପି ତପନ କୁମାର ମହାନ୍ତି, ଗ୍ରାମବାସୀଙ୍କୁ ଆଶ୍ୱାସନ ଦେଇ ରାସ୍ତା ଅବରୋଧ ହଟାଇବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଗ୍ରାମବାସୀ ନିଜ ଦାବୀରେ ଅଟଳ ରହିଥିଲେ। ମାତ୍ର ଟାଟା ପାୱାରର କୌଣସି ପ୍ରତିନିଧି ତାଙ୍କୁ ଯଥାର୍ଥ ଉତ୍ତର ଦେବାରେ ବିଫଳ ହୋଇଥିଲେ।

ସମସ୍ୟା ସମାଧାନ ପାଇଁ ସମ୍ବଲପୁରରୁ ପହଞ୍ଚିଥିବା ବିଦ୍ୟୁତ୍ ବିଭାଗର ଅଧୀକାରୀ ସ୍ପଷ୍ଟ କରିଦେଇଛନ୍ତି ଯେ, ଏରିଅର ବିଲ୍ ପରିଶୋଧ ହେଲା ପରେ ଯାଇ ବିଦ୍ୟୁତ୍ ସରବରାହ ପୁନଃସ୍ଥାପିତ କରାଯିବ ବୋଲି ରୋକ୍‌ଠୋକ୍ ଶୁଣାଇ ଦେଇଥିଲେ । ଏ ଉପରେ ଗ୍ରାମବାସୀ ନିଜର ଅନୁଭୂତି ଜଣାଇଛନ୍ତି ଯେ, ସେମାନଙ୍କ ନ୍ୟାୟଯୋଗ୍ୟ ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

ଏହି ଆନ୍ଦୋଳନରେ ବୀର ସୁରେନ୍ଦ୍ର ସାଏ ଚାଷୀ ସଂଗଠନର ମୁଖ୍ୟ ଭୂମିକା ରହିଛି। ସଂଗଠନର ନେତା ରବିଶଙ୍କର ପଧାନ, ଭଗବାନ ସାହୁ, ଲୋକେଶ ସାହୁ ହିଟଲର୍ ମେହେର , ପିତାମ୍ବର ଗଣିତ, ସୌକିଲାଲ ଷଣ୍ଢ , ଠାକୁର ପ୍ରଧାନ, ଦିଲ୍ଲିପ ପାତ୍ର, ଶଙ୍କର ପାତ୍ର ସମେତ ବହୁସଂଖ୍ୟାରେ ଛୋଟ ଛୋଟ ଛୁଆ ଏବଂ ମାଁ ମାନେ ମଧ୍ୟ ସାମିଲ ହୋଇ ଗ୍ରାମବାସୀଙ୍କ ଦାବିକୁ ସମର୍ଥନ କରିଛନ୍ତି ଆଉ ଏହି  ସମସ୍ୟା ସମାଧାନ ପାଇଁ ଲଢ଼ୁଛନ୍ତି।ଯାହାକୁ ନେଇ ସରକାରୀ ପକ୍ଷରୁ ଶୀଘ୍ର ପଦକ୍ଷେପ ଗ୍ରହଣ ଅତ୍ୟାବଶ୍ୟକ ବୋଲି ଜନ ସାଧାରଣ ରେ ଦାବୀ ହେଉଛି।




Report : Bijay ku sahu

Edited by k.s thakur...



Post a Comment

Previous Post Next Post