କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ଙ୍କ ବିଭିନ୍ନ ସମସ୍ୟା ନେଇ ଜଙ୍ଗଲ ମନ୍ତ୍ରୀ ଙ୍କ ସହ ଆଲୋଚନା...

କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ଙ୍କ ବିଭିନ୍ନ ସମସ୍ୟା ନେଇ ଜଙ୍ଗଲ ମନ୍ତ୍ରୀ ଙ୍କ ସହ ଆଲୋଚନା...


ବରଗଡ଼/ଭୁବନେଶ୍ୱର,୨୦/୧୧: ଆଜି ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟୀଆ ଙ୍କ ସହ ଆଲୋଚନା କରାଯାଇଛି।

Ad..


କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୮ ହଜାର ସିଜିନାଲ କର୍ମଚାରୀ ଙ୍କ ଦରମା ସର୍ବନିମ୍ନ ମଜୁରୀ ବୃଦ୍ଧି ପରେ ସେହି ଅନୁପାତରେ ବୃଦ୍ଧି ହୋଇଥାଏ। କିନ୍ତୁ ସର୍ବନିମ୍ନ ମଜୁରୀ ଗତ ୧୮ ଜୁଲାଇରେ ବୃଦ୍ଧି ହୋଇଥିଲେ ସୁଦ୍ଧା ଆଜି ଯାଏ ଦରମା ବୃଦ୍ଧି ହୋଇ ନ ଥିବାରୁ ଦରମା ବୃଦ୍ଧି କରିବା ପାଇଁ ଦାବୀ କରାଯାଇଥିଲା। ଏହି ଦାବୀ ସହିତ ଗତ କୋରାନା ସମୟ ୨୦୨୦ ମସିହାରୁ ହୋଇନଥିବା ବେଳେ କେନ୍ଦୁପତ୍ର ଉନ୍ନୟନ ପରିଷଦ (କେ ଏଲ୍ ଡି ବି) ବୈଠକ ହୋଇନାହିଁ। 

ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତା ରେ ଜଙ୍ଗଲ ମନ୍ତ୍ରୀ ଙ୍କ ଉପସ୍ଥିତିରେ ହେଉଥିବା ଏହି ବୈଠକ ଅନୁଷ୍ଠିତ କରିବା, କେନ୍ଦୁପତ୍ର ଦର ବୃଦ୍ଧି, ବନ୍ଧେଇ ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି, ୱାଚର ମାନଙ୍କ ବକେୟା ଦରମା ପ୍ରଦାନ, ଖାଲି ଥିବା ପଦବୀ ପୂରଣ ଆଦି ଦାବୀ ସମ୍ପର୍କରେ ଆଲୋଚନା କରାଯାଇଛି। ଆଜିର ଏହି ଆଲୋଚନାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ସଂଗଠନ ସମ୍ପାଦକ ସଂଜିତ ମହାନ୍ତି, ରାଜ୍ୟ ସମ୍ପାଦକ ମହମ୍ମଦ ମୃତୁଜା, ଦେବଗଡ଼ ଡିଭିଜନ ସମ୍ପାଦକ ଭୁପେନ୍ଦ୍ର ନାୟକ, ଦେବଜ୍ୟୋତି ପଟ୍ଟନାୟକ, ଆକାଶ ଦେବତା ପ୍ରମୁଖ ଉପସ୍ଥିତ ରହିଥିଲେ।




Report : Bijay ku sahu

Edited by k.s thakur...


1 Comments

Previous Post Next Post