ପ୍ରଶାସନ ଦ୍ବାରା ସିଲ୍ କରାଗଲା କଣ୍ଟାବାଞ୍ଜି ନିକଟସ୍ଥ ଆଲିସାନ ସିନେମା ହଲ...
କଣ୍ଟାବାଞ୍ଜି,୧୨/୧୧ : ପ୍ରଶାସନ ଦ୍ବାରା ସିଲ୍ କରାଗଲା କଣ୍ଟାବାଞ୍ଜି ନିକଟସ୍ଥ ଆଲିସାନ ସିନେମା ହଲ। ପୁଲିସ ଓ ତହସିଲଦାରଙ୍କ ତନାଘନା ତଦନ୍ତ ପରେ ସିନେମାହଲକୁ ସିଲ୍ କରାଯାଇଛି।
Ad..
ସୂଚନା ଅନୁସାରେ ,ବେଳପଡା ବ୍ଳକ ଅନ୍ତର୍ଗତ ସଲଣ୍ଡି ପଞ୍ଚାୟତ ନିକଟସ୍ଥ ଲଥାକେନ୍ଦ ଗାଁ ପାଖରେ ଥିବା ଆଲିସାନ ସିନେମାହଲରେ ପ୍ରଶାସନ ଚଢ଼ାଉ କରିଥିଲା। ଲାଇସେନ୍ସକୁ ନେଇ ତନାଘନା କରିଥିଲା ପ୍ରଶାସନ।
ଖବର ପରିବେଷଣ କରିବା ପର୍ଯ୍ୟନ୍ତ ଆଲିସାନ ସିନେମା ହଲ ଭିତରେ ବେଳପଡା ତହସିଲଦାର, ପୁଲିସ, ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗର ମିଳିତ ଯାଞ୍ଚ ଚାଲିଛି। ସିନେମାହଲର ଲାଇସେନ୍ସକୁ ଠିକ ଭାବରେ ରିନୁଆଳ କରୁ ନ ଥିବା ଜଣାପଡିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଯାଞ୍ଚ କରାଯାଇଥିବା ସୂଚନା ମିଳିଛି।
Edited by k.s thakur...


