ବରଗଡ଼ ରେ ପାଳିତ ହେଲା ମହର୍ଷି ଦୟାନନ୍ଦ ସରସ୍ବତୀ ଙ୍କ ନିର୍ବାଣ ଦିବସ...
(ସମାଜ ସଂସ୍କାରକ ଓ ବେଦ ରକ୍ଷକ ଥିଲେ ସ୍ୱାମୀ ଦୟାନନ୍ଦ)
ବରଗଡ଼,୦୧/୧୧ : ଆର୍ଯ୍ୟ ସମାଜ ର ପ୍ରତିଷ୍ଠାତା ଆଧୁନିକ ଭାରତ ର ଚିନ୍ତା ନାୟକ ମହର୍ଷି ଦୟାନନ୍ଦ ସରସ୍ବତୀ ସମାଜ ସୁଧାରକ ,ଦେଶ ଭକ୍ତ ଓ ବେଦ ରକ୍ଷକ ଥିଲେ ବୋଲି ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜ ର ବରଗଡ଼ ଶାଖା ଆନୁକୁଲ୍ୟ ରେ ବରଗଡ଼ ଠାରେ ଅନୁଷ୍ଟିତ ସ୍ଵାମୀ ଦୟାନନ୍ଦ ସରସ୍ବତୀ ଙ୍କ ନିର୍ବାଣ ଦିବସ ପାଳନ ଅବସର ରେ ବିଶିଷ୍ଟ ବକ୍ତା ଗଣ ମତ ପ୍ରକାଶ କରିଛନ୍ତି।
Ad..
ପଣ୍ଡିତ ଗୋପବନ୍ଧୁ ପୁରୋହିତ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟ କ୍ରମ ରେ ଅଧ୍ୟାପକ ସୁରେଶ ବାରିକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସ୍ଵାମୀ ଦୟାନନ୍ଦ ସରସ୍ବତୀ ଙ୍କୁ ସମାଜ ସଂସ୍କାରକ ଓ ବେଦ ରକ୍ଷକ ବୋଲି ଉଲ୍ଲେଖ କରି ବେଦ କିପରି ସବୁ ସତ୍ୟ ବିଦ୍ୟା ର ଆଧାର ଓ ଏହାକୁ ଲୋକ ଙ୍କ ପାଖରେ ପହଞ୍ଚାଇବାର ସ୍ୱାମୀଜୀ ଙ୍କ କିପରି ପ୍ରୟାସ ରହିଥିଲା।
Ad..
ସେ ବିଷୟ ରେ ବିସ୍ତୃତ ଆଲୋଚନା କରିବା ସହ ପବିତ୍ର ଦୀପାବଳୀ ଦିନ ହିଁ ସେ ନିର୍ବାଣ ଲାଭ କରି ଥିବା ବିଷୟ ଉଲ୍ଲେଖ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Ad..
ଅନ୍ୟ ମାନଙ୍କ ମଧ୍ୟରେ ପଣ୍ଡିତ ରବିଶଙ୍କର ପ୍ରଧାନ ,ପଣ୍ଡିତ ଶିବାଜି ପ୍ରଧାନ, ସଚ୍ଚିଦାନନ୍ଦ ପଣ୍ଡା ,ସଞ୍ଜୟ ପ୍ରଧାନ ସନ୍ତୋଷ ପଣ୍ଡା ,ବାଙ୍କା ବିହାରି ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ସ୍ୱାମୀଜୀ ଙ୍କ ସମାଜ ପ୍ରତି ରହିଥିବା ଅବଦାନ ସମ୍ବନ୍ଧ ରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।
Ad..
ଏହି ଅବସର ରେ ଅନୁଷ୍ଟିତ ବୈଦିକ ଯଜ୍ଞ ରେ ଜିଲ୍ଲା ରଜକ ସେବା ସମିତି ର ଅଧ୍ୟକ୍ଷ ଅର୍ଜୁନ ସେଟ୍ ଯଜମାନ ଦାୟିତ୍ବ ବହନ କରି ଯଜ୍ଞ କାର୍ଯ୍ୟ ତୁଲାଇ ଥିଲେ ।ବିଭିନ୍ନ ବ୍ଲକ ରୁ ଆର୍ଯ୍ୟ ପ୍ରତିନିଧି ବୃନ୍ଦ ଓ ବିଦ୍ବାନ ମଣ୍ଡଳୀ ଏହି କାର୍ଯ୍ୟ କ୍ରମ ରେ ଅଂଶ ଗ୍ରହଣ କରି ସ୍ଵାମୀ ଦୟାନନ୍ଦ ସରସ୍ବତୀ ଙ୍କ ସ୍ମୃତି ଚାରଣ କରିଥିଲେ।
Report : Bijay ku sahu
Edited by k.s thakur...





