ବରଗଡ଼ ଜିଲ୍ଲା ରେ ଶୀତଳଭଣ୍ଡାର ଅଭାବ ରୁ ରାସ୍ତା କଡ଼ରେ ଟମାଟର ଫିଙ୍ଗା ଯାଉଛି...

ବରଗଡ଼ ଜିଲ୍ଲା ରେ ଶୀତଳଭଣ୍ଡାର ଅଭାବ ରୁ ରାସ୍ତା କଡ଼ରେ  ଟମାଟର ଫିଙ୍ଗା ଯାଉଛି...


ବରଗଡ଼,୩୧/୧୦ : ଚାଷ ବହୁଳ ବରଗଡ଼ ଜିଲ୍ଲା ରେ ଶୀତଳ ଭଣ୍ଡାର ଅଭାବ ରୁ ଦାମିକା ପରିବା ରାସ୍ତା କଡ଼ରେ ଫିଙ୍ଗା ଯାଉଥିବା ଭଲି ଏକ ଘଟଣା ଦେଖିବାକୁ ମିଳିଛି। ବରଗଡ଼ ଜିଲ୍ଲା ର ଚାଷୀ ହାଡ଼ଭଙ୍ଗା ପରିଶ୍ରମ କରି ପରିବା ଚାଷ କରୁଥିବା ବେଳେ ଶେଷରେ ସାମାନ୍ୟ ଲାଭ ଟିକକ ପାଇବା ପାଇଁ ଆଶା ରଖିଥିବା ବେଳେ ଦରବୃଦ୍ଧି ଦୃଷ୍ଟି ରୁ ଯଦି ବଜାର ରେ ବିକ୍ରି ନ ହେଲା ଶେଷରେ ରାସ୍ତା କଡ଼ରେ ଫିଙ୍ଗା ଯିବା କୁ ବାଧ୍ୟ।

Ad..


ଚାଷ ବହୁଳ ବରଗଡ଼ ଜିଲ୍ଲା ରେ ଶୀତଳ ଭଣ୍ଡାର ଅଭାବ ଯେଗୁ ଚାଷୀ ଙ୍କ ଚାଷ ରେ ବଡ କ୍ଷତି ହେଉଛି। ଏଭଳି ଏକ ଦୁଃଖ ଦୃଶ୍ୟ ଦେଖିବାକୁ ମିଳିଛି ଭଟଲି ନିର୍ବାଚନମଣ୍ଡଳୀ ର କସୁର ଗାଁ ରାସ୍ତା କଡ଼ରେ। 

Ad..


ସୋହେଲା ଠାରୁ ଭଟଲି ଯିବା ରାସ୍ତା ରେ କସୁର ଗାଁ ରହିଛି ଏହି ଗାଁ ଶେଷ ମୁଣ୍ଡ ରେ ଥିବା ନାଳ ଡେଇଁଲେ ରାସ୍ତା କଡ଼ରେ ବ୍ୟାପକ ମାତ୍ରାରେ ଟମାଟର ଫିଙ୍ଗା ଯାଇଛି। 

Ad..


କିଏ ଫିଙ୍ଗି ଛି ଜଣା ପଡିନଥିବା ବେଳେ  ବିକ୍ରି ହୋଇପାରି ନ ଥିବା ରୁ ଫିଙ୍ଗା ଯାଇଥିବା ସ୍ଥାନୀୟ ଅଂଚଳବାସୀ ଅନୁମାନ କରୁଛନ୍ତି ଯାହା ବର୍ତ୍ତମାନ ସମୟରେ ଟମାଟୋ ଦର ବୃଦ୍ଧି ଘଟିଥିବା ବେଳେ ମାତ୍ରାଧିକ ଟମାଟର ରାସ୍ତା କଡ଼ରେ ପଡ଼ିଥିବା ଦୃଶ୍ୟ ଚାଷୀ ଙ୍କୁ ବଡ କଷ୍ଟ ଦେଇଛି।

Ad..





Report : Bijay ku sahu

Edited by k.s thakur...



Post a Comment

Previous Post Next Post