ରାଜବୋଡାସମ୍ବର କୃଷକ ସଙ୍ଗଠନ ପଦ୍ମପୁର ଜନ ଶୁଣାଣି ସମୟରେ ଚାରୋଟି ପ୍ରସ୍ତାବ...

ରାଜବୋଡାସମ୍ବର କୃଷକ ସଙ୍ଗଠନ ପଦ୍ମପୁର ଜନ ଶୁଣାଣି ସମୟରେ ଚାରୋଟି ପ୍ରସ୍ତାବ...


(ପ୍ରସ୍ତାବ ପୂରଣ ନହେଲେ ଆନ୍ଦୋଳନ କରିବା ପାଇଁ ଚେତାବନୀ)

ପଦ୍ମପୁର,୧୪/୧୦ : ରାଜବୋଡାସମ୍ବର କୃଷକ ସଙ୍ଗଠନ ପଦ୍ମପୁର ଜନ ଶୁଣାଣି ସମୟରେ ଚାରୋଟି ପ୍ରସ୍ତାବ ଦେଇଅଛି ଏବଂ ଏହି ପ୍ରସ୍ତାବ ପୂରଣ ନହେଲେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି। ସଂଗଠନ ର ଲିଙ୍ଗରାଜ ପଧାନ, ବିଜୟ ସାହୁ, ମଧୁ ବିଶ୍ୱାଳ ଙ୍କ ସମେତ ଅନେକ ସଦସ୍ୟ  ଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଇଛନ୍ତି। 

Ad..


ରାଜବୋଡାସମ୍ବର କୃଷକ ସଂଗଠନ ର ଉପଦେଷ୍ଟା ରମେଶ ମହାପାତ୍ର ଙ୍କ ବିରୋଧ ରେ ଭିତ୍ତିହୀନ, ଯୁକ୍ତିହୀନ ପ୍ରମାଣ ବିହୀନ ଉଦେଶ୍ୟ ମୂଳକ ଭାବେ ଖଲ ଚରିତ୍ର ଚିତ୍ରଣ କରି କେଶ କରାଯାଇଛି। ଜଣେ ସମାଜ ସେବୀ, ସମ୍ବିଧାନ ପ୍ରେମୀ, ସରଳ ଜୀବନ ଯାପନ କରୁଥିବା ବ୍ୟକ୍ତିକୁ କାହିଁକି ହଇରାଣ ଓ ଭୟଭୀତ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଏବଂ ଉକ୍ତ କେଶ ନିସର୍ଥ ପ୍ରତ୍ୟାହାର କରିବା ପାଇଁ ଉଲେଖ କରିଛନ୍ତି। 

                   Ad..


ଗତ ମିକ ଜୋମ ଜନିତ କ୍ଷୟକ୍ଷତି ଚାଷୀମାନେ ପାଇନାହାଁନ୍ତି ଯାହା ଜିଲ୍ଲାପାଳ ଙ୍କ ସହିତ ଅନେକ ଥର ଆଲୋଚନା ହୋଇ ରିଳାଏନ୍ସ କମ୍ପାନୀ କୁ ସମାଧାନ ପାଇଁ ନିର୍ଦେଶ ଦେଇଥିଲେ ମଧ୍ୟ କମ୍ପାନୀ ଅଧିକାରୀ କିଛି କରୁନାହାଁନ୍ତି  ଯଦି କ୍ଷତିପୂରଣ ନଦେଇ ପୂଣି କ୍ରଫ କଟିଙ୍ଗ କରେ ତାହାହେଲେ ବିରୋଧ କରାଯିବ। 

Ad..


ଜିଲ୍ଲାପାଳ ଙ୍କ ନିଷ୍ପତ୍ତି କ୍ରମେ ଟାଟା ପାୱାର ସ୍ମାର୍ଟ ମିଟର ଜୋରଜବରଦସ୍ତି ନ ଲଗାଇବାକୁ ନିର୍ଦେଶ ଦେଇଥିଲେ ହେଲେ ପଦ୍ମପୁର ଅଞ୍ଚଳରେ ଗ୍ରାହକ କୁ ନ ଜଣାଇ ସ୍ମାର୍ଟ ମିଟର ଲଗାଯାଇଛି ଏବଂ ସେହି ମିଟର ରେ ଆଗ ତୁଳନା ରେ ଅଧିକ ବିଲ ଆସୁଛି ଏଣୁ ଲାଗିଥିବା ସ୍ମାଟ ମିଟର ଖୋଲି ଅଣାଯାଉ। 

ନବଗଠିତ ରାଜ୍ୟ ସରକାର ନିର୍ବାଚନି ଇସ୍ତାହାର ରେ ଧାନ କ୍ୟୁଣ୍ଟାଲ 31 ଶହ, କଟନୀ ଛଟଣୀ ହେବ ନାହିଁ ଏବଂ 48 ଘଣ୍ଟା ମଧ୍ୟରେ ଚାଷୀ ଖାତାକୁ ଟଙ୍କା ଆସିବ ବୋଲି ପ୍ରତିଶୃତି ଦେଇଥିଲେ। ହେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହୁଛନ୍ତି ପ୍ରତେକ ମଣ୍ଡିରେ ଇଲେକ୍ଟ୍ରୋନିକ ଓଜନ ମାପ ମେସିନ ଲାଗିବ ଏବଂ ଅଟୋମେଟିକ ଗ୍ରାନ ଅନାଳାଇଜର ମେସିନ ଜରିଆରେ କ୍ୟlଲିଟି ଚେକ କରାଯିବ ତାହାହେଲେ ଧାନ କିଣା ର ପନ୍ଦର ଦିନ ପୂର୍ବରୁ ଚାଷୀ ମାନଙ୍କୁ ପ୍ରତେକ ମଣ୍ଡିରେ ପରୀକ୍ଷା ନିରୀକ୍ଷା କରିବା ପାଇଁ ବ୍ୟବସ୍ଥା କରାଯାଉ  ନ ହେଲେ ଧାନ କିଣା ସମୟରେ ଚାଷୀମାନେ ଅନେକ ହଇରାଣ ହରକତ ହେବେ ବୋଲି ସଂଗଠନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।




Report : Bijay ku sahu

Edited by k.s thakur...



Post a Comment

Previous Post Next Post