ଡବଲ ଇଞ୍ଜିନ ସରକାର ନଜର ଆଢ଼ୁଆଳରେ ବରଗଡ଼ ଜିଲ୍ଲା ର ଦେବଦର୍ହା ପର୍ଯ୍ୟଟନ...

ଡବଲ ଇଞ୍ଜିନ ସରକାର ନଜର ଆଢ଼ୁଆଳରେ ବରଗଡ଼ ଜିଲ୍ଲା ର ଦେବଦର୍ହା ପର୍ଯ୍ୟଟନ...


ବରଗଡ଼,୧୪/୧୦ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ଲଖମରା ଚର୍ଦାପାଲି ଉପାନ୍ତ ଅଂଚଳ ରେ ରହିଛି ପର୍ଯ୍ୟଟନ ପୀଠ ଦେବଦର୍ହା। ରାଜାରାଜୁଡ଼ା ଅମଳର ପୁରୁଣା ଧବଳେଶ୍ଵର  ବାବା ଶୈବପୀଠ। 

         Ad..


ପଦ୍ମପୁର ଜମିଦାର ଙ୍କୁ ସ୍ବପ୍ନାଦେଶ ହୋଇଥଲା ବିଭିନ୍ନ ଦେବାଦେବୀଙ୍କ ସମେତ ସାତଭଉଣୀ ସ୍ବପ୍ନାଦେଶ ଦେଇଥିଲେ। ଜମିଦାର ସେଠାରେ ଶୈବପୀଠ ତିଆରି କରିବା ସହ ବିଭିନ୍ନ ଦେବାଦେବୀଙ୍କୁ ନିମନ୍ତ୍ରଣ କରି ରାଜବାଟୀ ଠାରେ ଖଣ୍ଡାରୂପେ  ଘରେ ସ୍ଥାପିତ କରି ପୂଜାର୍ଚ୍ଚନା କରୁଛନ୍ତି। 

Ad..


ଏବେ ଶୈବପୀଠ ଏଠାରେ ରହିଛି।ପଦ୍ମପୁର ଜମିଦାର ଙ୍କ ଦ୍ବାରା ତିଆରି ଶୈବପୀଠ ଆଜି ଅଲୋଡା ହୋଇ ପଡିଛି। ଛତିଶଗଡ  ସାକରା ସଲଡିହି ଅଂଚଳ ରୁ ବାହାରିଥିବା ସୁରଙ୍ଗି ନଦୀର ସ୍ଥଳି, ଝାଞ୍ଜି ପାହାଡ ସମେତ ସାତ ଭଉଣୀ ଦେବୀ ଅନେକ ଦେବାଦେବୀ ପୂଜା ପାଉଥିବାରୁ ଦେବତାଙ୍କ ପୀଠ ଭାବରେ ଖ୍ୟାତି ରହିଛି। 

Ad..


ଶୈବପୀଠ ର ଅନତୀ ଦୂରରେ ଏକ ସୁରଙ୍ଗି ଜଳପ୍ରପାତ ଓ ବଡ ଗଣ୍ଡ ରହିଛି। ସ୍ଥାନୀୟ ଅଂଚଳରେ ବଡଗଣ୍ଡ କୁ ଦର୍ହା ବୋଲାଯାଉଥିବା ରୁ ଏହି ପୀଠର ନାମକରଣ ଦେବତାଙ୍କ ଦର୍ହା ବା ଗଣ୍ଡ ଭାବରେ ଦେବଦର୍ହା  ନାମକରଣ ହୋଇଛି। ଏହି ଦେବଦର୍ହା ପର୍ଯ୍ୟଟନ ସ୍ଥଳୀ ରେ ଶୈବପୀଠ ହିଁ ମୁଖ୍ୟ ପୀଠ ଓ ଭୈରୋନାଥ ଏଠାରେ କୁକୁର ରୂପରେ ପୂଜା ପାଉଛନ୍ତି। 

ଏହି ପୀଠ ରାଜାରାଜୁଡ଼ା ଅମଳରୁ  ଅବହେଳିତ ହୋଇ ପଡି ରହିଥିବା ବେଳେ ଗତ୨୯.୧୦. ୨୦୨୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ୩୧୨. ୫୦ ଲକ୍ଷ ଟଙ୍କାର ପର୍ଯ୍ୟଟନ ଅନୁଦାନ ଦେଇଥିଲେ ଯାହା ଏବେ କାମ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ଅର୍ଦ୍ଧ ନିର୍ମାଣ ସହ ନିମ୍ନ ମାନର କାମ ହୋଇଥିବା ଅଭିଯୋଗ ହେଉଛି। 

ସ୍ଥାନୀୟ ଉପାନ୍ତ ଅଂଚଳ ଜନସାଧାରଣ ଙ୍କ ଦିର୍ଘ ଦିନ ର ଦାବି ଲଖମରା ଅଙ୍ଗ ନଦୀ ରେ ବ୍ରିଜ ତିଆରି ପାଇଁ  ବଡ ବଡ ଆନ୍ଦୋଳନ ହୋଇଥଲା ଶେଷରେ ତତ୍ କାଲିନ ବିଧାୟକ ବିଜୟ ରଂଜନ ସିଂ ବରିହା, ତତ୍କାଳୀନ ମନ୍ତ୍ରୀ ଶୁଶାନ୍ତ ସିଂ, ତତ୍କାଳୀନ ପ୍ରଶାସନିକ ଅଧିକାରୀ ସ୍ବର୍ଗତ ମହେନ୍ଦ୍ର ବଢେଇ ଙ୍କ ଉଦ୍ୟମ ରେ ଅଙ୍ଗ ନଦୀ ରେ ଏକ ବ୍ରିଜ ତିଆରି ହେଲା। 

ଅବହେଳିତ ଦେବଦର୍ହା ପୀଠ କୁ ଗମନାଗମନ ସଂଯୋଗ ବଢିଲା ପର୍ଯ୍ୟଟନ ଖେତ୍ର କୁ ପଡୋଶୀ ଛତିଶଗଡ଼ ର ଭକ୍ତ ଙ୍କ ସମାଗମ ବଢିଲା । ଦେବଦର୍ହା ପୀଠ ରେ ଶିବରାତ୍ରି ସମେତ ବିଭିନ୍ନ ପୂଜାର୍ଚ୍ଚନା ବଢ଼ିବାରେ ଲାଗିଲା ହେଲେ ପର୍ଯ୍ୟଟନ ବିଭାଗ ର ବୈମାତୃକ ମନୋଭାବର ଯୋଗୁଁ ଅବହେଳିତ ହୋଇ ପଡ଼ିରହିଛି ଏହି ଦେବଦର୍ହା ପର୍ଯ୍ୟଟନ ସ୍ଥଳ। 

ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଶିବରାତ୍ରୀ ଦିନ ଏହି ପୀଠକୁ ପ୍ରତିବର୍ଷ ଯାଇଥାନ୍ତି ଏବେ ତାଙ୍କ ଦଳର ଡବଲ ଇଞ୍ଜିନ ସରକାର ରହିଛି ସେ ଚାହିଁଲେ ଏହି ଅବହେଳିତ ପୀଠ ର ଉନ୍ନତି ହୋଇପାରିବ ହେଲେ ଗତ ନିର୍ବାଚନ ପରେ ସାଂସଦ ହୋଇ ବିଜୟୀ ହେବାପରେ ପ୍ରଦୀପ ପୁରୋହିତ ଏହି ଦେବଦର୍ହା ପର୍ଯ୍ୟଟନ କ୍ଷେତ୍ର ପ୍ରତି ଗୁରୁତ୍ବ ଦେଇନାହାନ୍ତି ଫଳରେ ବିକାଶ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି ବୋଲି ସ୍ଥାନୀୟ ଅଂଚଳର ଜନସାଧାରଣ କହନ୍ତି। ଏହି ପୀଠକୁ ସଂପୂର୍ଣ୍ଣ କରିବା ପାଇଁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଗୁରୁତ୍ବ ଦେବାକୁ ଦାବି ହେଉଛି।




Report : Bijay ku sahu

Edited by k.s thakur...



Post a Comment

Previous Post Next Post