ବରଗଡ଼ ରୁ ଭୁବନେଶ୍ଵର କୁ ଖୁବଶିଘ୍ର ସକାଳୁଆ ଟ୍ରେନ : ସାଂସଦ ପ୍ରଦୀପ ପୁରୋହିତ...

ବରଗଡ଼ ରୁ ଭୁବନେଶ୍ଵର କୁ ଖୁବଶିଘ୍ର ସକାଳୁଆ ଟ୍ରେନ : ସାଂସଦ ପ୍ରଦୀପ ପୁରୋହିତ...


ବରଗଡ଼,୦୩/୧୦ : ବରଗଡ଼ବାସୀଙ୍କ ବହୁ ଦିନର ଆଶା ଓ ଆକାଂକ୍ଷା ଭୁବନେଶ୍ୱରକୁ ଏକ ସକାଳୁଆ ଟ୍ରେନ ଓ ଦିଲ୍ଲୀକୁ ସିଧାସଳଖ ଟ୍ରେନ ସୁବିଧା ଯୋଗାଇବା ପାଇଁ ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘ ସର୍ବଦା ପ୍ରୟାସରତ। ଏଥିପାଇଁ ସବୁବେଳେ ବିଭିନ୍ନ ମାଧ୍ୟମକୁ ସନ୍ଧାନ କରି ଉଦ୍ୟମ ଜାରି ରଖିଛି। 

           Ad..


ଏହି କ୍ରମରେ ଆଜି ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ତାଙ୍କ ବରଗଡସ୍ଥ ବାସଭବନରେ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିଥିଲେ । 

Ad..



ଖୁବ ଶୀଘ୍ର ବରଗଡ଼ ବାସୀଙ୍କୁ ଉପହାର ଦିଆଯିବ ବୋଲି ସାଂସଦ ଶ୍ରୀ ପୁରୋହିତ ଆସ୍ବାସନା ଦେଇଥିଲେ । ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବଲାଙ୍ଗୀର ପର୍ଯ୍ୟନ୍ତ ଚଳାଇବା ପାଇଁ ପୂର୍ବତଟ ରେଳପଥ ନୀତିଗତ ନିଷ୍ପତ୍ତି ନେଇଥିବା ବେଳେ ତାହାକୁ କାର୍ଯ୍ୟକାରୀ କରିବାରେ କିଛି ବାଧକ ମଧ୍ୟ ରହିଛି; ଯାହାକି ରାଜନୈତିକ ହସ୍ତକ୍ଷେପ ଦ୍ବାରା ଖୋଲିଯିବା ସମ୍ଭାବନା ରହିଛି। 

Ad..



ସଂଘର ସଦସ୍ୟମାନେ ଏହି ବିଷୟକୁ ବିଶଦ ଭାବେ ସାଂସଦ ମହୋଦୟଙ୍କୁ ଜଣାଇଥିଲେ। ଆଗାମୀ ୧୦ ତାରିଖରେ ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ମଣ୍ଡଳସ୍ତରୀୟ ବୈଠକରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ, ସମ୍ବଲପୁରର ମଣ୍ଡଳ ପ୍ରବନ୍ଧକ ତଥା ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀମାନଙ୍କ ସହିତ ଏହି ଅଞ୍ଚଳର ସାଂସଦମାନେ ଉପସ୍ଥିତ ରହିବେ। ଉକ୍ତ ବୈଠକରେ ଏହି ବିଷୟ ଉତ୍ଥାପନ କରିବେ ବୋଲି ସାଂସଦ ଶ୍ରୀଯୁକ୍ତ ପୁରୋହିତ ପ୍ରତିଶ୍ରୁତି ଦେଇଥିଲେ।

Ad..


ଭୁବନେଶ୍ୱର ଟ୍ରେନକୁ ପ୍ରାଥମିକତା ଦେଇ ତାପରେ ଦିଲ୍ଲୀ ଟ୍ରେନ ପାଇଁ ମଧ୍ୟ ପ୍ରୟାସ କରାଯିବ ବୋଲି ଶ୍ରୀ ପୁରୋହିତ ଜଣାଇଥିଲେ। ରେଳ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ରେଳ ଉପଭୋକ୍ତା ସଂଘର ସହଯୋଗରେ ନିଶ୍ଚିତ ରୂପେ କାର୍ଯ୍ୟକାରୀ ହେବା ଘୋଷଣାକୁ ସଂଘର ସଦସ୍ୟମାନେ ସ୍ବାଗତ କରିଥିଲେ। ବିନୟ କୁମାର ବାରିକଙ୍କ ପ୍ରଚେଷ୍ଟାରେ ହୋଇଥିବା ଆଜିର ଏହି ସାକ୍ଷାତକାରରେ କୃଷ୍ଣ ଚନ୍ଦ୍ର ପଣ୍ଡା, କମଳ ଯୋଷୀ, ସତ୍ୟ ନାରାୟଣ ପଣ୍ଡା ଓ ତୁଳସୀ ଚରଣ ଦାଶ ଯୋଗଦେଇଥିଲେ।





Report : Bijay ku sahu

Edited by k.s thakur...





Post a Comment

Previous Post Next Post