ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରେସ କ୍ଲବ ପକ୍ଷରୁ ମଧୁମେହ, ରକ୍ତ ଚାପ, ବ୍ଲଡ଼ ଗ୍ରୁପ ଓ ଉଜନ ପରୀକ୍ଷା ଶିବିର ଅନୁଷ୍ଠିତ...
କଣ୍ଟାବାଞ୍ଜି,୦୩/୧୦ : ଗତ କାଲି ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରେସ କ୍ଲବ ପକ୍ଷରୁ ମଧୁମେହ ରୋଗ, ରକ୍ତ ଚାପ, ବ୍ଲଡ଼ ଗ୍ରୁପ ଓ ଉଜନ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା।
Ad..
ଏହି କାର୍ଯ୍ୟକ୍ରମ ସ୍ଥାନୀୟ ସାପ୍ତାହିକ ବଜାର ଦୁର୍ଗା ପୂଜା ପଣ୍ଡାଲ ସମ୍ମୁଖରେ କରାଯାଇଥିଲା। କଣ୍ଟାବାଞ୍ଜି ସହର ର ଶତାଧିକ ଲୋକେ ମଧୁମେହ, ରକ୍ତ ଚାପ, ବ୍ଲଡ଼ ଗ୍ରୁପ ଓ ଉଜନ ପରୀକ୍ଷା କରି ଜାଣିବାକୁ ପାଇଥିଲେ ଯେ ତାଙ୍କ ରକ୍ତ ଚାପ କେତେ ଅଛି ,ମଧୁମେହ ରୋଗ ଅଛି ନା ନାହିଁ, ତାଙ୍କ ଓଜନ କେତେ ଅଛି ଓ ତାଙ୍କ ବ୍ଲଡ଼ ଗ୍ରୁପ କଣ ବୋଲି ଜାଣିବାକୁ ପାଇଥିଲେ।
Ad..
କିଛି ଲୋକଙ୍କୁ ମଧୁମେହ ରୋଗ , ଉଚ୍ଚ ରକ୍ତ ଚାପ୍ ଥାଇ ମଧ୍ୟ ଜାଣି ନ ଥିଲେ। କିନ୍ତୁ ଶତାଧିକ ଲୋକଙ୍କ ପରୀକ୍ଷା ପରେ ୩୦ ରୁ ଅଧିକ ଲୋକେ ଜାଣିବାକୁ ପାଇଥିଲେ ଯେ ସେମାନେ ମଧୁମେହ ରୋଗ ରେ ଆକ୍ରାନ୍ତ ଅଛନ୍ତି। ଯାହା ସେମାନଙ୍କୁ ଆଗାମୀ ଦିନ ରେ ରୋଗ ପ୍ରତି ସଜାଗ ରହିବା ପାଇଁ ଲାଭ ଦାୟକ ହେବା ବୋଲି କହିଛନ୍ତି।
Ad..
ଏହି କାର୍ଯ୍ୟକ୍ରମ ରେ ପ୍ରେସ କ୍ଲବ ସଭାପତି ପ୍ରଭାଜିତ୍ ସିଂ ସାଲୁଜା, ସମ୍ପାଦକ ସୁରଦାସ ବାଗ, ଉପସଭାପତି ମନୋଜ ଶର୍ମା,ସୁବ୍ରତ ମହାକୁଡ, ଉପଦେଷ୍ଟା ଆଶିଷ ଖୈତାନ , ବଣ୍ଟି ଗୁପ୍ତା,ଆନନ୍ଦ ମୋଟେ ଓ କୋଷାଧ୍ୟକ୍ଷ ହନି ସିଂ ପ୍ରମୁଖ ସହଯୋଗ କରିବା ସହିତ କିଛି ସଦସ୍ୟ ଉପସ୍ଥିତ ଥିଲେ।
Edited by k.s thakur...




