ଦ୍ବାରୀ -କାଶିପାଲି ଦୁର୍ଗାପୂଜା ଅବସରରେ କଳସୀ ଯାତ୍ରା...

ଦ୍ବାରୀ -କାଶିପାଲି ଦୁର୍ଗାପୂଜା ଅବସରରେ କଳସୀ ଯାତ୍ରା...


ଅମ୍ବାଭୋନା,୦୯/୧୦ : ମାଁ ଦୁର୍ଗା ମନ୍ଦିର ଟ୍ରଷ୍ଟ ବୋର୍ଡ ଆନୁକୁଲ୍ୟରେ ଓ ଦ୍ବାରୀ -କାଶିପାଲି ଗ୍ରାମବାସୀ ତଥା ଅଂଚଳବାସୀଙ୍କ ସହଯୋଗରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଦ୍ବାରୀ -କାଶିପାଲି ଦୁର୍ଗାମଣ୍ଡପ ଠାରେ ବୁଧବାର ସାର୍ବଜନୀନ ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି। 

         Ad..


ଏହି ଅବସରରେ ସଂକିର୍ତନ୍ଯ ଓ କୁଷ୍ଣଗୁରୁ ସହ କଣ୍ଡପଲା ଗାଁ ପୋଖରୀରୁ ଭବ୍ୟ କଳସୀ ଶୋଭାଯାତ୍ରାରେ ମହିଳାମାନେ ସାମିଲ ହୋଇ ଦୁର୍ଗାମଣ୍ଡପ ରେ ସ୍ଥାପନ କରିଥିଲେ। ମାଁ ଦୂର୍ଗା ଟ୍ରଷ୍ଟ ବୋର୍ଡ ର ସଭାପତି କୈଳାଶ ଚନ୍ଦ୍ର ମହାପାତ୍ର, ଉପସଭାପତି ଦେବାର୍ଚନ ମଲ୍ଲିକ... 

            Ad..


କୋଷାଧ୍ୟକ୍ଷ ହେମସାଗର ମାଝୀ, ସଂପାଦକ ଲକ୍ଷ୍ମଣ ବୈଗା, ସଦସ୍ୟ ଗୋବର୍ଦ୍ଧନ ନାଏକ,ତୁଲସୀରାମ ଦାଶ, ପ୍ରମୁଖ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ସନ୍ତୋଷ, ପଞ୍ଚାନନ, ଶଙ୍କରୁ, ଭିକାରୀ,ଉଦ୍ଧବ,ବାବୁ,ହାଡୁ, ରୋହିତ ପ୍ରମୁଖ ଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଛି। 

Ad..


ବଂଶୀଧର ନାଏକ ଓ ଦଲକୁମାରୀ ନାଏକ କର୍ତ୍ତା ଦାୟିତ୍ବ ତୁଲାଉଛନ୍ତି। ପଣ୍ଡିତ ଦିଲ୍ଲିପ କୁମାର ଦାଶ ଓ ଗୋୖର ପଣ୍ଡା ପୁଜାର୍ଚନା କରିଥିବା ବେଳେ ଶଂଖ ଘଣ୍ଟ ରେ ନିତ୍ୟାନନ୍ଦ ମହାପାତ୍ର ସହଯୋଗ କରିଥିଲେ। ଏହି ଅବସରରେ ପ୍ରତିଦିନ ଭକ୍ତଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା ସହ ସଂକିର୍ତନ୍ଯ, କୃଷ୍ଣଗୁରୁ, ନୃତ୍ୟ ପ୍ରତିଯୋଗିତା ଓ ଝୋଟି ପ୍ରତିଯୋଗିତା ଆଦି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।




Report : Bijay ku sahu

Edited by k.s thakur...

Post a Comment

Previous Post Next Post