ପଦ୍ମପୁର ରାଜବାଟୀ ଦଶହରା ପୂର୍ଣ୍ଣାହୂତି...

ପଦ୍ମପୁର ରାଜବାଟୀ ଦଶହରା  ପୂର୍ଣ୍ଣାହୂତି...


ବରଗଡ଼,୧୩/୧୦ : ରାଜା ରାଜୁଡା ଅମଳରୁ ପାଳିତହୋଇ  ଆସୁଥିବା ପଦ୍ମପୁର ବୋଡ଼ା ସମ୍ବର ର ପ୍ରସିଦ୍ଧ ଦୂର୍ଗାପୂଜା ରଞ୍ଜିତା ର ଆଜି ଶେଷପର୍ବ ଅପରାଜିତା ପୂଜାର୍ଚ୍ଚନା ଓ ପୂର୍ଣ୍ଣାହୁତି ଶେଷ ହୋଇଯାଇଛି। ରଞ୍ଜିତା ର ମୁଖ୍ୟ ପୂଜକ ରଘୁନାଥ ତ୍ରିପାଠୀ ଙ୍କ ଦ୍ବାରା ଆୟୋଜିତ ବିଧି ଅନୁସାରେ ପୂଜା,କର୍ମ ଅନୁଷ୍ଠିତ ହୋଇଥିଲା। 

             Ad..


ରାଜବାଟି ର ପରମ୍ପରା ଅନୁସାରେ ପ୍ରତ୍ୟେକ ବର୍ଷ ଭଲି ଏଥର ମଧ୍ୟ ରାଜ ପରିବାର ତରଫରୁ କର୍ତ୍ତା  ଭାବରେ ଦାୟିତ୍ୱ ତୁଲାଇଥିଲେ । ଷଷ୍ଟି ଠାରୁ ଦଶମୀ ପର୍ଯ୍ୟନ୍ତ ଆୟୋଜିତ ପୂଜା ବିଧି ପରମ୍ପରା ସହ ସିମୀତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଛି। 

Ad..


ସାର୍ବଜନୀନ ଦୂର୍ଗାପୂଜା କମିଟି ସଭାପତି ପ୍ରତାପ ମିଶ୍ର, ଉପ ସଭାପତି ଅଜିତ ଶତପଥୀ,ସମ୍ପାଦକ ଯୁଗଲ କିଶୋର ସାହୁଙ୍କ ସମେତ କମିଟି ର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ଦାୟିତ୍ୱ ସମ୍ପାଦନ ହୋଇଯାଇଛି। ବିଜୟା ଦଶମୀ ଅବସରରେ ସନ୍ଧ୍ୟା ରଞ୍ଜିତା ର ଚାନ୍ଦମାରୀ ଶୋଭାଯାତ୍ରା ପାଳନ ସହ ଆତସବାଜି କାର୍ଯ୍ୟକ୍ରମ  ଅସମ୍ପୂର୍ଣ୍ଣ ରାବଣ ପୋଡି ଅନୁଷ୍ଠିତ ହୋଇଛି।

Ad..











Report : Bijay ku sahu

Edited by k.s thakur...

Post a Comment

Previous Post Next Post