ବରଗଡ଼ ରୁ ଆରମ୍ଭ ହେଲା ବିଜେଡି ର ଜନ ସଂପର୍କ ପଦଯାତ୍ରା...

ବରଗଡ଼ ରୁ ଆରମ୍ଭ ହେଲା ବିଜେଡି ର ଜନ ସଂପର୍କ ପଦଯାତ୍ରା...


(ନିର୍ବାଚନୀ ପ୍ରତିଶ୍ରୁତି ପାଳନ ରେ ବିଫଳ ବିଜେପି ସରକାର  : ବିଜେଡି)

ବରଗଡ଼,୦୨/୧୦ : ବରଗଡ଼ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ରୁ ଜନ ସଂପର୍କ ପଦ ଯାତ୍ରା ଆରମ୍ଭ ହୋଇ ଯାଇଛି।

         Ad..


ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ଗାନ୍ଧୀ ପାର୍କ ରୁ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଏକ ଶୋଭାଯାତ୍ରା ରେ ବିଜୁ ପଟ୍ଟନାୟକ ,ବାବା ସାହେବ ଆମ୍ବେଦକର ଙ୍କ ସମେତ ସମସ୍ତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଗାନ୍ଧୀ ଛକ ରେ ଶୋଭାଯାତ୍ରା ପହଞ୍ଚି କବି ଗଙ୍ଗାଧର ମେହେର ଓ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯିବା ସହ ଏକ ସାଧାରଣ ସଭା ଅନୁଷ୍ଟିତ ହୋଇଥିଲା ।

Ad..



ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ,ରୀତା ସାହୁ  ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ,ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା,ବରିଷ୍ଠ ବିଜେଡି ନେତା ସୁଶାନ୍ତ ମିଶ୍ର,ଗୌରହରି ମିଶ୍ର , ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଜିଲ୍ଲା ବିଜେଡି ଯୁବ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ବରିଷ୍ଠ ନେତା ଅଚ୍ୟୁତାନନ୍ଦ ମହାପାତ୍ର ଅଶୋକ ଯୋଶୀ...

Ad..



ଗୋପାଳ ଲାଠ ଗଣ ତନ୍ତ୍ର ପ୍ରଧାନ ଅମ୍ବଭୋନା ବ୍ଲକ ଅଧ୍ୟକ୍ଷ କୀର୍ତ୍ତି ଦୁଆନ ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ ଜିଲ୍ଲା ପରିଷଦ ସଭ୍ୟା ନିଲ କୁମାରୀ ନାଏକ   ଜିତୁ ଭୋଇ ହିମାଂଶୁ ଦାଶ,ସମ୍ବଲପୁର ବ୍ୟାଙ୍କ୍ ସଭାପତି ନରେନ୍ଦ୍ର ପ୍ରଧାନ, ଅନୁରାଧା ଅଗ୍ରୱାଲ , ପୌର ଅଧ୍ୟକ୍ଷା କଳ୍ପନା ମାଝୀ , ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକ ଭେଡେନ ବ୍ଲକ ବିଜେଡି ସଭାପତି ହରିଶଙ୍କର ବେହେରା  ଟାଉନ ବିଜେଡି ସଭାପତି କିଶୋର ମିଶ୍ର ଙ୍କ ସମେତ ବିଭିନ୍ନ ପଞ୍ଚାୟତ ସରପଞ୍ଚ ସମିତି ସଭ୍ୟ ଓ ପୌର ପରିଷଦ ର କାଉନସିଲର ବୃନ୍ଦ ସାମିଲ ହୋଇ ଗାନ୍ଧୀ ଛକ ରେ ପହଞ୍ଚି ଜନ ସଭା ରେ ସାମିଲ ହୋଇଥିଲେ। 

Ad..



ଏହି ଅବସର ରେ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଛୁରିଆ ସଂପ୍ରତି ରାଜ୍ୟ ସରକାର ଦରଦାମ ବୃଦ୍ଧି ରୋକିବାକୁ ଅସହାୟ ହୋଇ ପଡ଼ିଥିବା ବେଳେ ମାଁ ମାନେ ଅସୁରକ୍ଷିତ ରହିଥିବା ଉଲ୍ଲେଖ କରି ମୋହନ ମାଝୀ ସରକାର କୁ କଟୁ ସମାଲୋଚନା କରିବା ସହିତ ଯେଉଁ ଯେଉଁ ପ୍ରତିଶ୍ରୁତି ଦେଇ କ୍ଷମତା କୁ ଆସିଥିଲେ ସବୁ ଥିରେ ଏ ସରକାର ବିଫଳ ହୋଇଛି ବୋଲି କହିଥିଲେ।

ବରଗଡ଼ ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ବିଜେଡି ଦାୟିତ୍ବ ବାନ ବିରୋଧୀ ଦଳ ର ଭୂମିକା ନିର୍ବାହ କରି ରାଜ୍ୟ ରେ ବିଜେପି କିପରି ଜନ ସାଧାରଣ ଙ୍କୁ ମିଥ୍ୟା ଓ ସୁନେଲି ସ୍ବପ୍ନ ଦେଖାଇ ଶାସନ କ୍ଷମତା କୁ ଆସିଛି ସେ ବିଷୟ ରେ ଜନ ସାଧାରଣ ଙ୍କୁ ଅବଗତ କରାଯିବ ବୋଲି କହିଥିଲେ ତେବେ  ସରକାର ଗଠନ ର ତିନି ମାସ ରୁ ଉର୍ଦ୍ଧ୍ବ ସମୟ ହୋଇ ଯାଇଥିଲେ ମଧ୍ୟ ନିର୍ବାଚନୀ ପ୍ରତିଶ୍ରୁତି ପାଳନ ରେ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ ବିଫଳ ହୋଇଥିବା ଉଲ୍ଲେଖ କରିଥିଲେ । 

ପଦ ଯାତ୍ରା ସହିତ ଆଗାମୀ ଦିନ ରେ ବିଜେଡି ର ସଦସ୍ୟତା ଅଭିଯାନ କୁ ବ୍ୟାପକ କରା ଯିବା ସହ ପଦ ଯାତ୍ରା ମାଧ୍ୟମ ରେ ବିଜେପି ର ମିଥ୍ୟା ପ୍ରତିଶ୍ରୁତି ସମ୍ବନ୍ଧ ରେ ଜନ ସାଧାରଣ ଙ୍କୁ ଅବଗତ ଓ ସଚେତନ କରାଇବୁ ବୋଲି ସୂଚନା ଦେଇଥିଲେ।





Report : Bijay ku sahu

Edited by k.s thakur...



Post a Comment

Previous Post Next Post