ଦ୍ବାରୀ ଗ୍ରାମରେ ଝାଡ଼ାବାନ୍ତିରେ ୧ ମୃତ,୧୦ ଆକ୍ରାନ୍ତ...

ଦ୍ବାରୀ ଗ୍ରାମରେ ଝାଡ଼ାବାନ୍ତିରେ ୧ ମୃତ,୧୦ ଆକ୍ରାନ୍ତ... 


ଅମ୍ବାଭୋନା,୦୪/୧୦ : ଅଦିନିଆଁ ଗରମ ସାଙ୍ଗକୁ ଗୁଲୁଗୁଲି ସାଧାରଣ ଜନତାଙ୍କୁ ଅତିଷ୍ଠ କରିଛି। ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଦ୍ବାରୀ ଗ୍ରାମର ତଲିପଡାରେ   ଶୁକ୍ରବାର ଝାଡ଼ାବାନ୍ତିରେ ଗ୍ରାମର କରୁଣାକର ଭୋଇ (୫୫ବର୍ଷ) ଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି ୧୦ ଜଣ ଆକ୍ରାନ୍ତ ବିଭିନ୍ନ ଘରୋଇ ହସ୍ପିଟାଲ ଓ ଘରେ ଚିକିତ୍ସିତ ହେଉଛନ୍ତି। 

Ad..



ଝାଡ଼ାବାନ୍ତି ବ୍ୟାପିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ପ୍ରକାଶ ଥାଉକି ଶୁକ୍ରବାର ଦିନ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ୪ଜଣଙ୍କ ମଧ୍ୟରୁ କରୁଣାକର ଭୋଇ ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଖେଦାପାଲିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। 

Ad..



ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ଯୁ ଘଟିଥିଲା। ଅନ୍ୟଜଣେ ବରଗଡ଼ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଶୁକ୍ରବାର ଝାଡ଼ାବାନ୍ତିରେ ପ୍ରଭାବିତ ପରିବାରଙ୍କୁ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ଟେମରାମ ଦେହେରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଡାକ୍ତରୀଦଳ ପ୍ରଭାବିତ ଅଞ୍ଚଳକୁ ଯାଇ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ସହ ସେମାନଙ୍କର ପରିବାରବର୍ଗଙ୍କୁ ମଧ୍ୟ ହେଲୋଜେନ ବଟିକା ଦେଇ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। 

Ad..



ଏହି ଡାକ୍ତରୀଦଳରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା.ପୁଷ୍ପା ଓରାମ, ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଗୀତାଞ୍ଜଳୀ ପଟେଲ,ସୁପରଭାଇଜର ଗୋବିନ୍ଦ ପଧାନ, ମହିଳା ସ୍ବାସ୍ଥ୍ୟକର୍ମୀ ସଂଯୁକ୍ତା ଷଡ଼ଙ୍ଗୀ,ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ସାମିଲ ହୋଇଥିଲେ।

Ad..











Report : Bijay ku sahu

Edited by k.s thakur...



Post a Comment

Previous Post Next Post