ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପିଏମ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପିଏମ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ...



(ବରଗଡ ଜିଲ୍ଲାର ୧,୪୪,୦୫୫ ଜଣ ଚାଷୀ ହେବେ ଲାଭାନ୍ଵିତ)

ବରଗଡ଼, ୫/୧୦/୨୦୨୪: କୃଷକମାନଙ୍କ ଆର୍ଥିକ ଆବଶୟକତା ପୂରଣ କରିବା ପାଇଁ  ପିଏମ କିଷାନ ଯୋଜନା ଏକ କଲ୍ୟାଣକାରୀ ଯୋଜନା। ଏହି ଯୋଜନାରେ ଚାଷୀଙ୍କୁ ସ୍ୱଳ୍ପ ସହାୟତା ରାଶି ଭାବରେ ବର୍ଷକୁ ତିନିଗୋଟି କିସ୍ତି ମାଧ୍ୟମରେ ୬୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇ ଥାଏ।

         Ad..


ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର  ୱାସିମ ସହର ଠାରେ ଆୟୋଜିତ ପିଏମ କିଷାନ ଉତ୍ସବ ସମାରୋହ ଠାରେ ଦେଶର ୯ କୋଟି ୪୦ ଲକ୍ଷ ଚାଷୀଙ୍କୁ ୨୦, ୦୦୦ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି। 

Ad..



ଏହି ପରିପ୍ରେକ୍ଷୀରେ ମୁଖ୍ଯ ଜିଲ୍ଲା କୃଷି ଅଧିକାରୀଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡଙ୍ଗୀଙ୍କ ସମେତ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଜିଲ୍ଲାର ଶତାଧିକ ଚାଷି ଆଭାସି ମାଧ୍ୟମରେ କାର୍ଯ୍ୟକ୍ରମରେ ଜଡିତ ଥିଲେ ।

           Ad..


ସୂଚନାଯୋଗ୍ୟକି, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପିଏମ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ ଅବସରରେ ବରଗଡ଼ ଜିଲ୍ଲାର ୧,୪୪,୦୫୫ ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ହସ୍ତାନ୍ତର ହେବ ।

ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଜିଲ୍ଲାର ସମସ୍ତ ଚାଷୀ ଭାଇ ଭଉଣୀ ମାନେ  ୱାସିମ ଠାରୁ ଆଭାସୀ ମାଧ୍ୟମରେ ସିଧା ପ୍ରସାରଣ ହେଉଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦେଖିଥିଲେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅବିଭାଷଣରେ ମନ୍ତ୍ରମୁଗ୍ଧ ହୋଇଥିଲେ। ଏଥିସହିତ ଉପସ୍ଥିତ ସମସ୍ତଙ୍କୁ ଅତିଥି ମାନେ ଜିଲ୍ଲାରେ ଚାଷ ବିଷୟରେ ଉତ୍ତମ ପଦ୍ଧତି ଏବଂ ପ୍ରଣାଳୀ ଅବଲମ୍ବନ ପାଇଁ ଉତ୍ସାହିତ କରିଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post