ବେଆଇନ ମଦ ବିକ୍ରି କୁ ମହିଲାଙ୍କ ବିରୋଧ...
ବରଗଡ଼,୦୫/୧୦ : ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଖାଲିଆପାଲି ସ୍କୁଲ ପଡ଼ାରେ ବେଆଇନ ମଦ ବିକ୍ରିକୁ କେନ୍ଦ୍ରକରି ଆଜି ଶତାଧିକ ମହିଳା ବାହାରି ପ୍ରଥମେ ଏକ ରେଲି ମାଧ୍ୟମରେ ଜଣ ସଚେତନତା କରିଥିଲେ ପରେ ଖଲିଆପାଲି ଆଶ୍ରମ ସ୍କୁଲର ଅହେତୁକ ପାଖରେ ବେଆଇନ ମଦ ବିକ୍ରି କରୁଥିବା ଏକ ଅସାମାଜିକ ବ୍ୟକ୍ତିଙ୍କ ଘରକୁ ଯାଇ ବ୍ୟାପକ ପରିମାଣରେ ଦେଶୀ ବିଦେଶୀ ମଦ, ବିଅର ବୋତଲ , କେନ ଜବତ କରି ସର୍ବ ସାଧାରଣ ରେ ନଷ୍ଟ କରିଥିଲେ।
Ad..
କିଛିଦିନ ପୂର୍ବରୁ ଅନେକ ମହିଳା ମାଁ ଭଉଣୀ ମାନେ ବାହାରି ବରଗଡ଼ ଟାଉନ ଥାନାର ଦ୍ୱାରାସ୍ତ ହୋଇଥିଲେ ମାତ୍ର ଟାଉନ ପୋଲିସ ତାଙ୍କୁ ପ୍ରମାଣ ସହ ଅଭିଯୋଗ କରିବାକୁ କୁଆଡେ କହିଥିଲେ ତେଣୁ ସେମାନେ ଗତ ବୁଧବାର ଦିନ ଚାରି ବସ୍ତା ଦେଶୀ ବିଦେଶୀ ମଦ ସହିତ ଉକ୍ତ ବ୍ୟକ୍ତିକୁ ପୋଲିସ ଜିମାରେ ଦେଇଥିଲେ ମାତ୍ର ଅଭିଯୋଗ କାରୀ ଘରକୁ ଫେରିବା ପୂର୍ବରୁ ଅଭିଯୁକ୍ତ ମଦ ବେପାରୀ ଆଗୁଆ ଘରକୁ ପହଞ୍ଚି ଯାଇଥିଲା।
Ad..
ପୋଲିସ ତାକୁ ଛାଡି ଦେଇଥିବା ସେମାନେ ଅଭିଯୋଗ କରିଥିଲେ ଓ ନିତିଦିନିଆ ମଦ ବିକ୍ରି ଚଳାଚଳ ରହିଥିବାରୁ ଆଜି ଶନିବାର ଶତାଧିକ ମହିଳା ବାହାରି ଉକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ବିଦେଶୀ, ଓ ଦେଶୀ ମଦ ଜବତ କରି ସର୍ବ ସାଧାରଣ ରେ ନଷ୍ଟ କରିଥିଲେ।
Ad..
ପରେ ଘଟଣା ଅନାୟତ ହେବା ପରେ ବରଗଡ଼ ଟାଉନ ପୋଲିସ ପହଞ୍ଚି ଆପସି ବୁଝାମଣା କରିଥିଲେ। ନିଉଜ ଲେଖା ଯିବା ପର୍ଯ୍ୟନ୍ତ କାହାରି ନାମରେ ଅଭିଯୋଗ ଗ୍ରହଣ କରାଯାଇ ନଥିବା ବିଷୟରେ ପୋଲିସ ପକ୍ଷରୁ ସୂଚନା ମିଳିଥିଲା।
Report : Bijay ku sahu
Edited by k.s thakur...




