ଜନସାଥୀ ଲେଙ୍ଗୁ ମିଶ୍ରଙ୍କ ପତ୍ନୀ ସମାଜସେବୀ ଯଶୋଦା ମିଶ୍ରଙ୍କ ଦେହାନ୍ତ...
ବରଗଡ଼,୦୫/୧୦ : ବିଶିଷ୍ଟ ସମାଜସେବୀ ଜନସାଥୀ ଲେଙ୍ଗୁ ମିଶ୍ରଙ୍କ ପତ୍ନୀ ଯଶୋଦା ମିଶ୍ରଙ୍କ ୪ ତାରିଖ ଶୁକ୍ରବାର ମଧ୍ୟାହ୍ନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହେଉଥିଲା । ସେ ଜଣେ ପରୋପକାରୀ ତଥା ଧର୍ମପରାୟଣା ମହିଳା ଥିଲେ।
Ad..
ଏଥିସହ ବରଗଡ଼ ମହିଳା ସମିତି ଓ ବାପୁଜୀ ସ୍ଵତନ୍ତ୍ର ବିଦ୍ୟାଳୟର ସେ ପ୍ରତିଷ୍ଠାତା ସଭ୍ୟା ଥିଲେ। ସମାଜସେବା ପାଇଁ ତାଙ୍କୁ ୨୦୧୦ ମସିହାରେ ତତ୍କାଳୀନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ବାର୍ଷିକ ସମାରୋହରେ ସ୍ବତନ୍ତ୍ର ସେବା ସମ୍ମାନରେ ସମ୍ମାନିତ କରିଥିଲେ।
Ad..
ବରଗଡ଼ ପ୍ରେସ କ୍ଳବ୍ , ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସମେତ ବରଗଡ଼ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସମାଜସେବା ପାଇଁ ସେ ସମ୍ମାନିତ ହୋଇଥିଲେ। ତାଙ୍କ ଶେଷ ଶଯ୍ୟା ନିକଟରେ ପୁଅ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ମିଶ୍ର, ପ୍ରସନ୍ନ କୁମାର ମିଶ୍ର, ନନ୍ଦକୁମାର ମିଶ୍ର, ରାଜେନ୍ଦ୍ର କୁମାର ମିଶ୍ର, ରବୀନ୍ଦ୍ର କୁମାର ମିଶ୍ର, ପୁତ୍ରବଧୂ ଜୟଶ୍ରୀ, ମମତା, ସଂଧ୍ୟା, ଚୁମ୍କି, ବେବି, ତାଙ୍କ କନିଷ୍ଠ ଭ୍ରାତା ବରିଷ୍ଠ ସାମ୍ବାଦିକ ରତ୍ନ ମଣି ଶତପଥୀ, ନାତିନାତୁଣୀ ଇଶା, ଲିପସା, ରୀକା, ସୀମିତ, ସତ୍ୟମ, ରୀମା, ରଜତ, ଲିଟିଲ୍, ରଜତ, ନାତିଣୀଜ୍ବାଇଁ ସିଦ୍ଧାର୍ଥଶଙ୍କର ପଣ୍ଡା (ମଣ୍ଟୁ), ପଣନାତି ପ୍ରୟାଂଶ ଓ ରେୟାଂଶଙ୍କ ସମେତ ପରିବାରବର୍ଗ ଓ ବନ୍ଧୁପରିଜନ ଉପସ୍ଥିତ ଥିଲେ ।
Ad..
ମସ୍କୋ ରେ ଥିବା ବଡ ପୁଅ ସନ୍ତୋଷ ମିଶ୍ର ଓ ମୁମ୍ବାଇ ରେ ଥିବା ପୁଅ ବ୍ରଜେନ୍ଦ୍ର ମିଶ୍ର ବାହାରେ ଥିବାରୁ ଅନ୍ତିମ ସତ୍କାର ରେ ସାମିଲ ହୋଇ ପାରି ନ ଥିଲେ। ତାଙ୍କ ବିୟୋଗ ଖବର ପାଇ ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ଶଙ୍କର ବଲ୍ଲଭ ମିଶ୍ର, ଉମେଶ ବିଶ୍ଵାଳଙ୍କ ସମେତ ସଂଘର ବହୁ ସଦସ୍ୟ, ବାପୁଜୀ ସ୍ଵତନ୍ତ୍ର ବିଦ୍ୟାଳୟର କାର୍ଯ୍ୟକର୍ତ୍ତା, ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ନିଶାମଣୀ ସ୍କୁଲ ନିକଟ ବାସଭବନକୁ ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ସିପିଆଇ ରାଜ୍ୟ ସହ ସଂପାଦକ କ୍ଷୀରୋଦ ସିଂ ଦେଓ ଙ୍କ ନେତୃତ୍ୱରେ ଦଳର ସଭ୍ୟ ମାନେ ମରଶରୀର ଉପରେ ଲାଲ ପତାକା ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଂଧ୍ୟାରେ ଜୀରାନଦୀ କୂଳ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା। ତାଙ୍କ ପୁତ୍ର ତଥା ତଥା ‘ଗଣ ଇସ୍ତାହାର’ର ମୁଖ୍ୟ ସଂପାଦକ ପ୍ରସନ୍ନ କୁମାର ମିଶ୍ର ମୁଖାଗ୍ନି ଦେଇଥି ଲେ। ତାଙ୍କ ବିୟୋଗରେ ସହରରେ ଶୋକ ଖେଳି ଯାଇଛି।
Report : Bijay ku sahu
Edited by k.s thakur...




