ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସାଧାରଣ ପରିଷଦ ବୈଠକ...

ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସାଧାରଣ ପରିଷଦ ବୈଠକ...


ବରଗଡ଼,୧୯/୧୦ : ଆଜି ଶନିବାର ଦିନ ସଭାପତି ପ୍ରମୋଦ ଝାଙ୍କର ଙ୍କ ସଭାପତିତ୍ବରେ ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଅଛି। 

        Ad..


ଏଥିରେ ବିଭିନ୍ନ ବିଷୟରେ ଯଥା ଆଗାମୀ ବାର୍ଷିକ ସାଧାରଣ ସଭାର ସୁନ୍ଦର ଆୟୋଜନ , ବ୍ଲକସ୍ତରୀୟ ସ୍ଵାସ୍ତ୍ୟ ସେବା ଶିବିର, ଗାଇସିଲେଟ, ପାଇକମାଲ ଓ ଝାରବନ୍ଧ ପରିଦର୍ଶନ, ପାରିବାରିକ ବନ୍ଧୁ ମିଳନ, ପୋଲିସ ପରିଚୟ ପତ୍ର, ମହାସଂଘ ସଭାରେ ଯୋଗଦାନ, ଖୁବ ଶୀଘ୍ର ବରଗଡ଼ ସବ୍ ଜେଲ ରେ ସଂସ୍କାର ମୂଳକ କାର୍ଯ୍ୟକ୍ରମ, ଅବଦାନ ଗ୍ରାଣ୍ଟ ବିନିଯୋଗ ତାଲିମ ଓ ସଂଘ ଅଫିସ ପରିସରରେ ରଙ୍ଗଦେବା ଆଦି ଆଲୋଚନା ହୋଇଥିଲା। 

Ad..


ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ନିର୍ମଳ କିଶୋର କର, ସଂଗଠନ ସଂପାଦକ କେଦାର ମିଶ୍ର, ସଂପାଦକ ଗୋବିନ୍ଦ ଦାଶ, କୋଷାଧ୍ୟକ୍ଷ ପ୍ରଶନ୍ନ ପ୍ରଧାନ,ଉପଦେଷ୍ଟା ଗୈାର ଚନ୍ଦ୍ର କର, ସୁରେନ୍ଦ୍ର ମୋହନ ଚାନ୍ଦ, ସର୍ଦାର ପ୍ରୀତମ ସିଂ,ପବିତ୍ର ସରାଫ, ଲୋକନାଥ ଆଚାର୍ଯ୍ୟ, ବିମଳ ମିଶ୍ର,ପ୍ରଦୀପ ସାହୁ, ସ୍ବାଧିନ ମହାରଣା,ସୁରେଶ ଚନ୍ଦ୍ର ପ୍ରଧାନ,ରୂପେଶ୍ବର ଦୋରା,ଲମ୍ବୋଦର ମିଶ୍ର, ଦେବୀ ପଟ୍ଟନାୟକ,ତୁଳସୀ ଚରଣ ଦାଶ ଆଦି ଯୋଗଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।ଶେଷରେ ଅଶୋକ ପସାଏତ ଧନ୍ୟବାଦ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post