ଅର୍ଡା ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଲିତ...
ବରଗଡ଼,୦୩/୧୦ : ବରଗଡ଼ ଜିଲ୍ଲା ବେଜେପୁର ବ୍ଲକ ଅନ୍ତର୍ଗତ ଅର୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀ ସୈଲେନ୍ଦ୍ର ନାରାୟଣ ମିଶ୍ରଙ୍କ ସଭାପତିତ୍ବରେ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି।
Ad..
ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଷ୍ଠିତ ସଭା ରେ ଗାନ୍ଧୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜା ରାମ ଗାନ କରାଯାଇଥିଲା । ସି.ଆର୍.ସି.ସି. ଦୁର୍ବାଦଳ ବଡ ଗୁଛିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାନ୍ଧୀଜୀ ଙ୍କ ନିତି ଆଦର୍ଶ ଓ ସ୍ବଚ୍ଛତା ବିଷୟରେ ଆଲୋକପାତ କରିଥିଲେ।
Ad..
ସହଯୋଗୀ ଶିକ୍ଷକ ଜାନକୀ ବଲ୍ଲଭ ପ୍ରଧାନ, ସ୍କୁଲ ପରିଚାଳନା କମିଟି ସଭାପତି ଲକ୍ଷ୍ମଣ ଭୁଏ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଗ୍ରାମର ଯୁବକ ଯୁବତୀ ସ୍କୁଲ କମିଟି ସଦସ୍ୟ ସଦସ୍ୟା ଓ ଛାତ୍ର ଛାତ୍ରୀ ମାନେ ଗ୍ରାମରେ ସଫେଇ ଅଭିଯାନରେ ବାହାରି ଗ୍ରାମବାସୀ ମାନଙ୍କୁ ସଚେତନ କରାଇଥିଲେ।
Report : Bijay ku sahu
Edited by k.s thakur...



