ତୁରେକେଲାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଚିହ୍ନଟ ଶିବିର ଅନୁଷ୍ଠିତ...
କଣ୍ଟାବାଞ୍ଜି,୦୧/୧୦ : ଭାରତୀୟ କୃତ୍ରିମ ନିଗମ ଭୁବନେଶ୍ୱର ଓ ସମଗ୍ର ଶିକ୍ଷା ବଲାଙ୍ଗୀରଙ୍କ ମିଳିତ ଆନୁକୂଲ୍ୟରେ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ସହାୟକ ଉପକରଣ ଯୋଗାଣ ନିମନ୍ତେ ବ୍ଳକ ସ୍ତରୀୟ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଥିଲା।
Ad..
ଉଦଘାଟନୀ ଉତ୍ସବରେ ଅତିରିକ୍ତ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି,ଯାଞ୍ଚକାରୀ ଶୁଭସ୍ମିତା ସାହୁ, ଜିତେନ୍ଦ୍ର ବାରିକ,ଶୁଭମ ୟାଦବ ଯୋଗ ଦେଇଥିଲେ।ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା ଓ ବିଆରଟି ସୁନୀଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଶିବିରରେ ତୁରେକେଲା ବ୍ଲକ ଅନ୍ତର୍ଗତ ବିଦ୍ୟାଳୟ ମାନଙ୍କରେ ଅଧ୍ୟୟନରତ ୧୦୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।ଯୋଗ୍ୟ ହିତାଧିକାରୀ ମାନଙ୍କୁ ପରବର୍ତ୍ତୀ ଶିବିରରେ ସହାୟକ ଉପକରଣ ବଣ୍ଟନ କରାଯିବ।
ଏହି ଶିବିରକୁ ସୁପରିଚାଳନା କରିବାରେ ବିଆରଟି ଜ୍ୟୋତି ବିକାଶ ବାରିକ,ସିଆରସିସି ଧନସିଂ ମାଝୀ, ଗୁରୁ ପ୍ରସାଦ ଛତ୍ରିଆ,ମୋହନ ବରିହା,କୃତ୍ତିବାସ ବରିହା, ସୁନୀଲ ରଞ୍ଜନ ସଲତାର,ପ୍ରକାଶ ସେଲମା,ଟିକେଶ୍ୱର ବେହେରା,ଶ୍ରୀକାନ୍ତ ବାଗ,ସୁଶାନ୍ତ ପ୍ରଧାନ,ପୀତବାସ ସାହୁ,ଛବିଲା ନାୟକ,ଆଶୀଷ ବେହେରା ଆଦି ସହଯୋଗ କରିଥିଲେ।
Edited by k.s thakur...


