ପଦ୍ମପୁର ଏନ୍ ଏ ସି ତରଫରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଉଦଯାପିତ...

ପଦ୍ମପୁର ଏନ୍ ଏ ସି ତରଫରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଉଦଯାପିତ...


ବରଗଡ଼,୦୨/୧୦ : ଜାତିରଜନକ ମହାତ୍ମା ଗାନ୍ଧିଜୀଙ୍କ ୧୫୫ତମ ଜୟନ୍ତୀ ଓ ଲାଲ ବାହାଦୂର ଶାସ୍ତ୍ରୀଜୀଙ୍କ ୧୨୦ତମ ଜୟନ୍ତୀ ଦିବସରେ  ବରଗଡ଼ ଜିଲ୍ଲା ପଦ୍ମପୁର ଏନ୍ ଏ ସି ତରଫରୁ ଗୋରୁ ବଜାର ନିକଟରେ  ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଛି। 

Ad..



ପଦ୍ମପୁର ଉପଜିଲ୍ଲାପାଳ  ଆରାଗୁଲା ସ୍ନେହା  ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଜ୍ଞାପିତ  ଅଂଚଳ ପରିଷଦର ଅଧ୍ୟକ୍ଷା ସାବିତ୍ରୀ ବାଗ, ସମସ୍ତ କାଉନସିଲ ର ଙ୍କ ସମେତ ମୁଖ୍ୟ ବକ୍ତା ଭାବରେ ପରିବେଶବିତ୍ ମିନକେତନ ସାହୁ ଓ ପଦ୍ମପୁର  ସିଡିପିଓ ପ୍ରମୁଖ ଯୋଗଦେଇ ପଦ୍ମପୁର ଏନ୍ ଏ ସି ର ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। 

Ad..



ପଦ୍ମପୁର ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝି ଙ୍କ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀମାଝି ସହରବାସୀ ଙ୍କୁ ଏନ୍ ଏ ସି ର ଏହି ସ୍ବଚ୍ଛତା ଅଭିଯାନ ସେପ୍ଟେମ୍ବର ୧୭ ତାରିଖ ରୁ ଆରମ୍ଭ କରାଯାଇ ପଦ୍ମପୁର ସହରର ସମସ୍ତ ୧୧ ଗୋଟି କାଉନସିଲ ପରିଷରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ସଫେଇ ସହ ଆବର୍ଜନା ପୃଥକି କରଣ ବ୍ୟବସ୍ଥା ଗୁଡ଼ିକ କୁ ଜନସାଧାରଣ ଙ୍କୁ ବୁଝାଇ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠିତ କରିଥିବା ଓ ଏହି କାର୍ଯ୍ୟକ୍ରମରେ ସଫେଇ କର୍ମଚାରୀ ଙ୍କ ଅବଦାନ ଓ ସହରବାସୀ ଙ୍କ ସହଯୋଗ କୁ ପ୍ରଶଂସା କରି ସବୁ ଦିନ ପଦ୍ମପୁର ସହରକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ଅନୁରୋଧ କରିଥିଲେ। 

Ad..



ପଦ୍ମପୁର ନୂଆ ଉପଜିଲ୍ଲାପାଳ ଆରାଗୁଲା ସ୍ନେହା ତାଙ୍କ ଅବିଭାଷଣ ବଦଳରେ ମଞ୍ଚ ଉପରେ କିଛି କହିବା ବଦଳରେ ମଞ୍ଚ ରୁ ଓହ୍ଲାଇ ସିଧାସଳଖ ମହିଳାଙ୍କ ସହ ବାର୍ତ୍ତାଳାପ ମାଧ୍ୟମରେ ସଚେତନ କରିବା ସହ ସ୍ବଚ୍ଛ ଭାରତ ଗଠନ ପାଇଁ ଶପଥ କରାଇ ମହିଳାମାନଙ୍କୁ ସଚେତନ କରିବା ପାଇଁ ଚେଷ୍ଟା କରିଥିଲେ । 

Ad..



ମୁଖ୍ୟ ବକ୍ତା ମିନକେତନ ଉପସ୍ଥିତ ସମସ୍ତ ଙ୍କୁ ପଦ୍ମପୁର ସହରର ମଣିଷ ମଳ ଉପରେ ଏକ ତଥ୍ୟ ଦେଇ ସଚେତନତା ବାର୍ତ୍ତା ଦେଇଥିଲେ । ପଦ୍ମପୁର ଏନ୍ ଏ ସି ର ଅଧ୍ୟକ୍ଷା ସାବିତ୍ରୀ ବାଗ, ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ,କାଉନସିଲର ଚିନ୍ମୟ ପଣ୍ଡା, କୁନାଲ ପାଣିଗ୍ରାହୀ ପ୍ରମୁଖ ତାଙ୍କ ଅଭିଭାଷଣରେ ସହରକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ଜନସାଧାରଣ ଙ୍କୁ ବାର୍ତ୍ତା ଦେଇଥିଲେ । ଏହି ଅବସରରେ ପଦ୍ମପୁର ଏନ୍ ଏ ସି ର ସମସ୍ତ ସଫେଇ କର୍ମଚାରୀମାନଙ୍କୁ ମୁଖ ଅତିଥି ବିଭିନ୍ନ ସଫେଇ କିଟ୍ ପ୍ରଦାନ କରିଥିଲେ । 

ପଦ୍ମପୁର ସଂଗୀତ ସମିତି ଆୟୋଜିତ ରେ ପଦ୍ମପୁର ସହରର ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ସଫେଇ ଅଭିଯାନ ଉପରେ ବିଭିନ୍ନ ପ୍ରକାରର ସାଂସ୍କୃତିକ ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ପଦ୍ମପୁର ସହରର ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ଙ୍କ ଦ୍ବାରା ଆବର୍ଜନା ବର୍ଜ୍ୟବସ୍ତୁ କୁ ନେଇ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି ର ପ୍ରଦର୍ଶନୀ ପ୍ରଦର୍ଶନ କରିଥିଲେ। 

ଏହି  ଅବସରରେ ପଦ୍ମପୁର ସହରର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଥିବା ତ୍ରିଲୋଚନ ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଦିର୍ଘ ୧୫ ଦିନ ଧରି ପଦ୍ମପୁର ଏନ୍ ଏ ସି ତରଫରୁ ଆୟୋଜିତ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କୁ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ମହାସମାରୋହରେ ଉଦ୍ଯାପିତ କରାଯାଇଛି।





Report : Bijay ku sahu

Edited by k.s thakur...



Post a Comment

Previous Post Next Post