ପ୍ରାନ୍ତୀୟ ଭାଷା ଗୁଡ଼ିକର ମୂଳାଧାର ହେଉଛି ସଂସ୍କୃତ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବରପାଲି ରେ ସଂସ୍କୃତ ଦିବସ ପାଳିତ...

ପ୍ରାନ୍ତୀୟ ଭାଷା ଗୁଡ଼ିକର ମୂଳାଧାର ହେଉଛି ସଂସ୍କୃତ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବରପାଲି ରେ ସଂସ୍କୃତ ଦିବସ ପାଳିତ...


ବରଗଡ଼,୦୬/୦୯ : ସଂସ୍କୃତଭାଷା ସମୃଦ୍ଧ ହେଲେ ସମସ୍ତ ଭାରତୀୟ ପ୍ରାନ୍ତୀୟ ଭାଷାଗୁଡିକ ମଧ୍ୟ ଶୁଦ୍ଧ ସ୍ଵରୂପକୁ ବଜାୟ ରଖି ବିକଶିତ ହେବେ।ପ୍ରାନ୍ତୀୟ ଭାଷା ଗୁଡ଼ିକର ମୂଳାଧାର ସଂସ୍କୃତ । ସଂପ୍ରତି  ସଂସ୍କୃତ ଜ୍ଞାନ ଅଭାବ ଯୋଗୁଁ ଆଜି ପ୍ରାନ୍ତୀୟ ଭାଷା ବ୍ୟବହାରରେ ବହୁଳ ଭାବରେ ଅଶୁଦ୍ଧତା ପରିଲକ୍ଷିତ ହେଉଛି। 

               Ad..


ଏହାର ଏକମାତ୍ର ସମାଧାନ ସଂସ୍କୃତଭାଷାକୁ ପୁନଃ ଜନଭାଷା ରୂପେ ବ୍ୟବହାର ରେ ଏହା ସମ୍ଭବବୋଲି ବରପାଲି ଓଡିଶା ଆଦର୍ଶ ବିଦ୍ୟାଳୟ, ଠାରେ ଆୟୋଜିତ ବିଶ୍ଵ ସଂସ୍କୃତ ଦିବସ ସମାରୋହରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ପଣ୍ଡିତ ଗୋପବନ୍ଧୁ ପୁରୋହିତ ମତବ୍ୟକ୍ତ କରିଛନ୍ତି। 

          Ad..


ଅଧ୍ୟକ୍ଷ ସନ୍ତୋଷ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ସଂସ୍କୃତଭାରତୀ ପ୍ରାନ୍ତସଭାପତି ଆୟୁଷ୍ମନ୍ତ ଷଡ଼ଙ୍ଗୀ  ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ଭାରତୀୟ ନିଜ ବ୍ୟାବହାରିକ ଭାଷା ଭାବରେ  ସଂସ୍କୃତଭାଷାକୁ ପ୍ରାଧାନ୍ୟତା ଦେବା ଉଚିତ ବୋଲି  ମତପୋଷଣ କରିଥିଲେ। 

ସଂସ୍କୃତ ଭାରତୀ ପ୍ରାନ୍ତ ପ୍ରଶିକ୍ଷଣ ପ୍ରମୁଖ ମାନସ ରଞ୍ଜନ ସାହୁ  ସମ୍ମାନିତ ଅତିଥି ଭାବେ ଯୋଗଦେଇ କଥିତ ସଂସ୍କୃତ ଭାଷା ଅତି ସରଳ ବୋଲି ସମ୍ୟକ୍ ଭାବରେ ବୁଝାଇଥିଲେ। ଖେମେସରା ଉଚ୍ଚ ବିଦ୍ୟାଳୟ ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ରମେଶ କୁମାର ପଣ୍ଡା ସଂସ୍କୃତ ଦିବସ  ପାଳନର ମହତ୍ତ୍ୱ  ତଥା ରକ୍ଷା ବନ୍ଧନ ସହିତ ସଂସ୍କୃତର ଗଭୀର ସମ୍ପର୍କକୁ ପ୍ରତିପାଦନ କରିଥିଲେ। 

ସମ୍ମାନିତ ଅତିଥି ଭାବେ ତୋଷବନ୍ତ ସେଠ୍ ସଂସ୍କୃତ ଭାଷାର ମହତ୍ତ୍ୱ ଉପରେ ଆଲୋଚନା କରିଥିଲେ। ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ଗଡତିଆ ସଭା ସଞ୍ଚାଳନ କରିଥିବା ବେଳେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ବିଶେଷ ସହଯୋଗ କରିଥିଲେ। ସଂସ୍କୃତ ଦିବସ ପାଳନ ଅବସରରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। 

ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ  ସଂସ୍କୃତବିଳାସିନୀ ଦ୍ବାରା ଆୟୋଜିତ ସଂସ୍କୃତ ଚିତ୍ର ପ୍ରଦର୍ଶିନୀ ଓ ବସ୍ତୁ ପ୍ରଦର୍ଶିନୀକୁ ମୁଖ୍ୟ ଅତିଥି ସାମ୍ବାଦିକ ପ୍ରଭୁଚରଣ ମହାନ୍ତି ଓ ସମ୍ମାନିତ ଅତିଥି ସାମ୍ବାଦିକ ସୁବ୍ରତ ସାହୁ ଉଦ୍ଘାଟନ କରିଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post