ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ବରଗଡ ଗସ୍ତ : ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ତହସିଲଦାରଙ୍କର କଲେ କାର୍ଯ୍ୟ ସମୀକ୍ଷା...

ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ବରଗଡ ଗସ୍ତ : ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ତହସିଲଦାରଙ୍କର କଲେ କାର୍ଯ୍ୟ ସମୀକ୍ଷା...


(ଜୈବିକ ସାରର ବହୁଳ ପ୍ରୟୋଗ ଏବଂ ଅପପୁଷ୍ଟି ନିରାକରଣ ପାଇଁ ଗୁରୁତ୍ଵ ଦେଇ ସୁଭଦ୍ରା ଯୋଜନା ବିଷୟରେ ଲୋକଙ୍କୁ ଅଧିକ ସଚେତନ କରିବାକୁ ଦେଲେ ନିର୍ଦ୍ଦେଶ)

ବରଗଡ଼,୦୬/୦୯ : ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଧବ ଦିନିକିଆ ବରଗଡ ଗସ୍ତରେ ଆସି ଜିଲ୍ଲାପାଳଙ୍କ  ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନେଇ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। 

                Ad..


ଉତ୍ତରାଞ୍ଚଳ ରାଜସ୍ଵ ଆୟୁକ୍ତ ଭାବ ଦାୟିତ୍ଵ ଗ୍ରହଣ କରିବା ପରେ ଶ୍ରୀ ଯାଦବଙ୍କ ବରଗଡକୁ ପ୍ରଥମ ଗସ୍ତ ଅବସରରେ ଆୟୁକ୍ତ ଶ୍ରୀ ଯାଦବ ପ୍ରଥମେ ରେଶମ ମାର୍କେଟ ସ୍ଥିତ ଅଡିଟୋରିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା କରି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ମିଶନ ଶକ୍ତି କେଫେ ପରିଦର୍ଶନ କରି ମହିଳାଙ୍କୁ ସହ ତାଙ୍କର ଲାଭ, କ୍ଷତି , ସୁବିଧା ଆଦି ବିଭିନ୍ନ ବିଷୟରେ ଅଲଚୋନା କରିଥିଲେ।   

            Ad..


ଏହାପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ତହସିଲଦାରଙ୍କ କାର୍ଯ୍ୟ ସମୀକ୍ଷା କରିଥିଲେ । ସମୀକ୍ଷରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ କୃଷି  ବିଭାଗର ସମସ୍ତ ବିଷୟକୁ ଗୁରୁତ୍ଵର ସହ ଅଲଚୋନା କରି  ଜୈବିକ ସାର ବହୁଳ ପ୍ରୟୋଗ ଏବଂ ଅପପୁଷ୍ଟି ନିରାକରଣ ପାଇଁ ଗୁରୁତ୍ଵ ଦେଇ ସୁଭଦ୍ରା ଯୋଜନା ବିଷୟରେ ଲୋକଙ୍କୁ ଅଧିକ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ଏତଦବ୍ୟତୀତ ଜିଲ୍ଲାରେ ଦାଦନ ଶ୍ରମିକ, ବିଦ୍ୟୁତ ଯୋଗାଣ, ଜମି ଅଧିଗ୍ରହଣ, ବିସ୍ଥାପିତ ଲୋକଙ୍କୁ ପଟ୍ଟା ପ୍ରଦାନ , ଗ୍ରାମାଞ୍ଚଳ ହାଉସିଂ, ମଧୁବାବୁ ପେନସନ ଯୋଜନା, ପୋଷଣ କାର୍ଯ୍ୟକ୍ରମର ସ୍ଥିତି, ଶିଶୁ ଶ୍ରମିକ ସ୍ଥିତି, ବିଦ୍ୟାଳୟ ମାନଙ୍କରେ ଡ୍ରପ୍ ଆଉଟର ସ୍ଥିତି, ଆରଏମସି ମାର୍କେଟର ସୁପରିଚାଳନା ଇତ୍ୟାଦି ବିଷୟରେ ଆଲୋଚନା କରିବା ସ‌ହ ନିୟମାବଳୀ ହିସାବରେ ସମସ୍ତ କାର୍ଯ୍ୟ କରିବା ଦିଗରେ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଥିଲେ । 

ଜିଲ୍ଲାରେ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଡିଏମ୍ଏଫ୍ ତଥା ସିଆରଏସ୍ ବିନିଯୋଗ ପାଣ୍ଠିରୁ ଗ୍ରହଣ କରାଯାଉଥିବା କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଦିଗରେ ଜିଲ୍ଲା ପ୍ରଶାସନ ସତର୍କ ଦୃଷ୍ଟି ରଖୁବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ବିସ୍ଥାପିତ ସମସ୍ୟା ସମାଧାନ ଓ ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଆୟୁକ୍ତ ନିର୍ଦ୍ଦେଶ ଦେଇଥିଲେ । 

ସମୀକ୍ଷା ପରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବାର୍ତ୍ତାଳାପ କରିବା ସହ ସେମାନଙ୍କ ଜରିଆରେ ସମଗ୍ର ବରଗଡ ତଥା ପଶ୍ଚିମ ଓଡିଶା ବାସୀଙ୍କୁ ପବିତ୍ର ନୂଆଖାଇ ପର୍ବ ଅବସରେ ଶୁଭେଛା ଜଣାଇଛନ୍ତି ।  

ସମୀକ୍ଷା ବୈଠକରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଅଧକ୍ଷତା କରି ବିଭିନ୍ନ ବିଭାଗର କାର୍ଯ୍ୟ ଏବଂ ସେଗୁଡିକର ଅଗ୍ରଗତି ବିଷୟରେ ଉପସ୍ଥାପନ କରିଥିବା ବେଳେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୃନାଲ ମୋତିରମ ଚୌହାନ, ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଓ ଶ୍ରୀମତୀ ମଧୁଛନ୍ଦା ସାହୁ,  ପଦ୍ମପୁର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ବରଗଡ ଭରପ୍ରାପ୍ତ ଉପ ଜିଲ୍ଲାପାଳ ଉତ୍ତମ କୁମାର ବାଗ ଏବଂ ଉପ ନିର୍ଦ୍ଦେଶକ, ସୂଚନା ଓ ଲୋକ ସଂପର୍କ ବିଭାଗ ସମ୍ବଲପୁର ଶ୍ରୀମତୀ କଲ୍ୟାଣୀ ଦାସଙ୍କ ସମେତ ଅନ୍ୟ ଅଧିକାରୀ, କର୍ମଚାରୀମାନେ ଉପସ୍ଥିତ ଥିଲେ ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post