ଗୋଇମୁଣ୍ଡରେ ଶିଶୁ ମହୋତ୍ସବ "ସୁରଭି"...

ଗୋଇମୁଣ୍ଡରେ ଶିଶୁ ମହୋତ୍ସବ "ସୁରଭି"...


ବଙ୍ଗୋମୁଣ୍ଡା,୨୬/୯ : ମୁରିବାହାଲ ବ୍ଲକ ଭୋଇପଡା କ୍ଳଷ୍ଟର ଅନ୍ତର୍ଗତ ଗୋଇମୁଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିଶୁ ମହୋତ୍ସବ "ସୁରଭି" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Ad..


ସିଆରସିସି ପ୍ରମୋଦ କର୍ମୀଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଇମୁଣ୍ଡ ବିଦ୍ୟାଳୟ କମିଟି ସଭାପତି ଅଶୋକ ନାରାୟଣ ଭୋଇ,ଗୋଇମୁଣ୍ଡ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଞ୍ଚୁ ଦୀପ,ଶିକ୍ଷକ ସ୍ୱପ୍ନେଶ୍ୱର ମହାକୁର,ଶ୍ରୀମୁଖ ପୁଟେଲ,ଶିକ୍ଷୟିତ୍ରୀ ପ୍ରମିତା ପଟ୍ଟନାୟକ,ରାମବତୀ ଭୋଇ ପ୍ରମୁଖ ଦୀପ ପ୍ରଜ୍ଵଳନ ପୂର୍ବକ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।

ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନୃତ୍ୟ,ସଙ୍ଗୀତ,ବକ୍ତୃତା,ଚିତ୍ରାଙ୍କନ,ବିତର୍କ,ପ୍ରବନ୍ଧ ଲିଖନ,କୁଇଜ,ଚିତ୍ରକଳା, ଶିଳ୍ପକଳା ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଶିକ୍ଷକ ଜଳନ୍ଧର ମିର୍ଦ୍ଧା,ପ୍ରମୋଦ ସାହୁ,ମିତ୍ରଭାନୁ ଭୋଇ,ସ୍ମିତ ରଞ୍ଜନ ନନ୍ଦ,ତୁଳସୀ ରାମ ଖର୍ସେଲ, ସୁନୀଲ ନେଉରା, ଅଶୋକ ପାଢ଼ୀ, ସଦାନନ୍ଦ ବର୍ଗେ,ନବୀନ ସରାଫ, ବିଶ୍ଵାମିତ୍ର ସାହୁ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ।ୱାର୍ଡ ସଭ୍ୟ ଗୋରେଖ ଭୋଇ,କମିଟି ସଦସ୍ୟ ଅମିତ ରଣା, ସୁଶାନ୍ତ ରଣା,ଉମେଶ ସାହୁ,ଧନସିଂ ବାଗ,ଭକ୍ତବନ୍ଧୁ ସାହୁ,ରମାକାନ୍ତ ସାହୁ, ଟିକେରାମ ଭୋଇ ତଥା ଗୋଇମୁଣ୍ଡ ଗ୍ରାମବାସୀ ସହଯୋଗ କରିଥିଲେ।





Edited by k.s thakur...






Post a Comment

Previous Post Next Post