ସ୍ୱାୟତ୍ତ ଶାସନ ଦିବସ ରେ କାଉନସିଲର ଚିନ୍ମୟ ପଣ୍ଡା ଙ୍କ ନୂଆ ଚିନ୍ତାଧାରା...

ସ୍ୱାୟତ୍ତ ଶାସନ ଦିବସ ରେ କାଉନସିଲର ଚିନ୍ମୟ ପଣ୍ଡା ଙ୍କ ନୂଆ ଚିନ୍ତାଧାରା...


ବରଗଡ଼,୦୧/୦୯ :  ସ୍ୱାୟତ୍ତ ଶାସନ ଦିବସ ରେ ବରଗଡ଼ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ର କାଉନସିଲର ଚିନ୍ମୟ ପଣ୍ଡା ଙ୍କ ନୂଆ ଚିନ୍ତାଧାରା। 

              Ad..


ପ୍ରତ୍ୟେକ ୱାର୍ଡ ରେ ଜନସାଧାରଣ ଙ୍କ ସମସ୍ୟା ବୁଝିବା , ସୁବିଧା ସୁଯୋଗ  ଆପତ୍ତି ଅଭିଯୋଗ କୁ ପ୍ରଶାସନ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଜ୍ଞାପିତ ଅଂଚଳ ପରିଷଦ କୁ ପହଞ୍ଚାଇବାକୁ କାଉନସିଲ ମାନଙ୍କ ପାଇଁ ଗୋଟିଏ ଲେଖାଏଁ କାଉନସିଲ କାର୍ଯ୍ୟାଳୟ ଖୋଲାଯାଉ ଯାହାକି କାଉନସିଲର ଙ୍କ ମାଧ୍ୟମରେ ସିଧାସଳଖ ଜନସାଧାଣ କାଉନସିଲ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ...

           Ad..


ପରିଷଦର ଅଧ୍ୟକ୍ଷ ଙ୍କ ସହ ଯୋଗାଯୋଗ କରାଯାଇ ଅତି କମ ସମୟ ମଧ୍ୟରେ କାଉନସିଲବାସୀ ଙ୍କ ସମସ୍ୟା ସମାଧାନ ହୋଇପାରିବ। ଆହୁରି ମଧ୍ୟ ପଣ୍ଡା କହିଛନ୍ତି ଯେ  ଲୋକ ଙ୍କ ସୁବିଧା କୁ ଗୁରୁତ୍ବ ଦେବାକୁ ପଡିବ। 

ବେଳେ ବେଳେ ଲୋକମାନେ ତାଙ୍କ କାଉନସିଲର ଙ୍କୁ ଭେଟିବା ପାଇଁ ସମୟ ଲାଗିଯାଉଛି ଫଳରେ ସେମାନଙ୍କ କାମ କିମ୍ବା ଅଭିଯୋଗ ବିଳମ୍ବ ହେଉଛି ଯଦି କାଉନସିଲର ମାନଙ୍କ ପାଇଁ ଗୋଟିଏ ସ୍ଥାୟୀ କାର୍ଯ୍ୟାଳୟ ରହିବ ତାହେଲେ ଲୋକମାନେ ସୁବିଧା ରେ ନିଜନିଜର କାଉନସିଲର ଙ୍କୁ ନିଜର ପଡା , ସାହି ଭିତରେ ଭେଟି କାମ କରିପାରିବେ ସୁବିଧା ହେବ ଯାହାକି ଲୋକ ଙ୍କୁ ବାରମ୍ବାର ଏନ୍ ଏ ସି କୁ ଦୈଡିବାକୁ ପଡିବ ନାହିଁ। 

ପରିଷଦ ତରଫରୁ ପ୍ରତ୍ୟେକ ୱାର୍ଡ ରେ କାଉନସିଲ କାର୍ଯ୍ୟାଳୟ ଖୋଲା ଗଲେ ସବୁଦିନ ପାଇଁ ପରିଷଦ ର ସୁବିଧା ହେବା ସହ ଲୋକ ମାନଙ୍କର କାମରେ ଲାଗିବ ଯାହା ଭବିଷ୍ୟତରେ ମଧ୍ୟ ନୂଆ କାଉନସିଲର ଗଠନ ହେଲେ ଏ ବ୍ୟବସ୍ଥା ଉଭୟ ପରିଷଦ ଓ ଜନତା ସହାୟକ ହୋଇପାରିବ । ଆଗାମୀ ଦିନରେ ଏହାକୁ ପରିଷଦ ର ବୈଠକ ରେ ଆଲୋଚନା କରି ପ୍ରସ୍ତାବ ଆଣିବା ପାଇଁ ଉଦ୍ୟମ କରିବି ବୋଲି କାଉନସିଲର ଚିନ୍ମୟ ପଣ୍ଡା କହିଛନ୍ତି । ଯାହା ସବୁଦିନ ପାଇଁ ପରିଷଦ ର ଏକ ବ୍ୟବସ୍ଥା ହୋଇ ରହିବ ଓ ଲୋକମାନେ ଉପକୃତ ହେବେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post