ଗୁଡିଘାଟ ସ୍ଥିତ ଶିବ ମନ୍ଦିର ଠାରେ ବଲାଙ୍ଗିର ଜିଲ୍ଲା ଗନ୍ଧମାଳି ସମାଜ ର ଚତୁର୍ଥ କାର୍ଯ୍ୟକାରୀଣି ବୈଠକ...

ଗୁଡିଘାଟ ସ୍ଥିତ ଶିବ ମନ୍ଦିର ଠାରେ ବଲାଙ୍ଗିର ଜିଲ୍ଲା ଗନ୍ଧମାଳି ସମାଜ ର ଚତୁର୍ଥ କାର୍ଯ୍ୟକାରୀଣି ବୈଠକ...


ମୁରିବାହାଲ,୩୦/୦୯ : ଶନିବାର ଦିନ ବଲାଙ୍ଗିର ଜିଲ୍ଲା  ଗୁଡିଘାଟ ଗ୍ରାମ ଶିବ ମନ୍ଦିର ଠାରେ ଜିଲ୍ଲା ସଭାପତି ଜଗଦିଶ ଥନାପତି ଙ୍କ ସଭାପତିତ୍ବରେ   ବଲାଙ୍ଗିର ଜିଲ୍ଲା ଗନ୍ଧମାଳି ସମାଜ,ଜିଲ୍ଲାସଂଘ ବଲାଙ୍ଗିର ର ଚତୁର୍ଥ ତମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

Ad..



ଏହି ବୈଠକରେ ଜିଲ୍ଲା ସଂପାଦକ ଅରୁଣ ଥନାପତି ସଂଯୋଜନା କରିଥିବାବେଲେ ବରିଷ୍ଠ ଜିଲ୍ଲା ସଦସ୍ୟ ଶ୍ରୀ କନ୍ନେହି ଥନାପତି ଧନ୍ଯବାଦ୍ ଅର୍ପଣ କରିଥିଲେ । ଗନ୍ଧମାଳି ସମାଜ ର ବିଭିନ୍ନ ଦିଗରେ ବିକାଶଭୁମୁଖି  ପ୍ରସ୍ତାବ ଗୁଡିକ ଆଗତ କରାଯାଇ ପର୍ଯ୍ୟାଲୋଚନା ପରେ ସେହି ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଆଗାମୀ ତା ୦୬/୧୦/୨୪  ରବିବାର ଦିନ ବଲାଙ୍ଗିର ଲୋକନାଥ ମନ୍ଦିର ରେ  ହେବାକୁ ଥିବା ପଶ୍ଚିମ ଓଡିଶା ଗନ୍ଧମାଳି/ଥନାପତି/ପୂଝାରୀ  ସମାଜ   କେନ୍ଦ୍ର କମିଟି ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ   ଉପରେ ଆଲୋଚନା କରାଯାଇ  କିପରି ଏହି ବୈଠକ ସୂଚାରୁରୂପେ ସଂପାଦନ କରାଯିବ ସେ ନେଇ ପ୍ରସ୍ତୁତି କରାଯାଇଥିଲା ।

ଏହି ବୈଠକରେ ଜିଲ୍ଲା ଆଇନ୍ ପରାମର୍ଶଦାତା ପରମାନନ୍ଦ ଥନାପତି, ଜିଲ୍ଲା କାର୍ଯ୍ୟକର୍ତା,ବରିଷ୍ଠ ସଦସ୍ୟ   ତଥା ସମସ୍ତ ଉପଖଣ୍ଡ ସ୍ତରୀୟ କମିଟିର କାର୍ଯ୍ୟକର୍ତା ଓ  ସଦସ୍ୟ ବୃନ୍ଦ ଶୁସାନ୍ତ ଥନାପତି, ପାଣ୍ଡିତ୍ଯ ଥନାପତି,ବାଳଗୋପାଳ ଥନାପତି,କୁନୁ ଥନାପତି,ଅକୁର ଥନାପତି,ନିଳକଣ୍ଠ ଥନାପତି, ରୁଦ୍ର ମଣି ଥନାପତି ପ୍ରିୟବ୍ରତ ବିଶି ,ସନାତନ ବିଶି ପ୍ରମୁଖ ଯୋଗଦାନ କରିଥିଲେ।





Report : sudam baghar

Edited by k.s thakur...




Post a Comment

Previous Post Next Post