ଫୁଟବଲ ପ୍ରତିଯୋଗିତା : ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ...
ପଦ୍ମପୁର,୦୬/୦୯ : ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ କ୍ଲବ, ବରଗାଁ ଆନୁକୁଲ୍ୟ ରେ ଫୁଟବଲ ପ୍ରତିଯୋଗିତା ର ଏକ ସେମି ଫାଇନାଲ ମେଚ ରେ ପୁଟୁରୁ ପାଳି ଓ ସିମେଣ୍ଟ ନଗର, ଖଲିଆ ପାଳି ମଧ୍ୟ ରେ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଇଥିଲା।
Ad..
ମ୍ୟାଚ ର ଶେଷ ନିର୍ଣ୍ଣାୟକ ଗୋଲ୍ ରେ ଖଲିଆ ପାଳି ପୁଟୁରୁ ପାଳି କୁ ୧-୦ ଗୋଲ୍ ରେ ପରାସ୍ତ କରି ଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଛି, ଏହି ଅବସର ରେ ଓଡିଶା ଅଭିଭାବକ ମହାସଂଘ ବରଗଡ଼ ଜିଲ୍ଲାର ସଭାପତି ବିମଳ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
Ad..
ଖେଳ ର ଶ୍ରେଷ୍ଠ ଖେଳାଳି ଙ୍କୁ ଜର୍ସି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ବାଲ୍ମିକୀ ଷଡ଼ଙ୍ଗୀ, ଗୋପୀ ନାଥ ସହୁ, ଶୁଭେନ୍ଦୁ ବଗାର ଉପସ୍ଥିତ ରହି ଖେଳାଳି ମନଙ୍କୁ ଉତ୍ସାହିତ କରିଥିଲେ।
Report : Bijay ku sahu
Edited by k.s thakur...



