୬୦ ବର୍ଷ ରୁ ଉର୍ଦ୍ଧ ସମସ୍ତ ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ୩୦୦୦ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର...

୬୦ ବର୍ଷ ରୁ ଉର୍ଦ୍ଧ ସମସ୍ତ ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ୩୦୦୦ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର...


ବରଗଡ଼,୦୬/୦୯ : ଲୋକ ଙ୍କ ସରକାର ଙ୍କୁ ୩୦୦୦ ଭତ୍ତା ମାଗିଲେ ପଦ୍ମପୁର ଅଂଚଳ ର ବୃଦ୍ଧ ବୃଦ୍ଧା । ଆଜି ପଦ୍ମପୁର ଉପ-ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ବାର୍ଦ୍ଧକ୍ୟ ଭତ୍ତା ୬୦ ବର୍ଷ ଉପରେ ସମସ୍ତଙ୍କୁ ୩୦୦୦ ଲେଖାଏଁ ଦିଆଯିବା ପାଇଁ ଦାବି ସହ ମିଳୁଥୁବା ବିକଳାଙ୍ଗ ଭତ୍ତା ମଧ୍ୟ ସମସ୍ତଙ୍କୁ ସମାନ ହିସାବ ରେ ଦିଆଯାଉ ବୋଲି ଦାବି କରିଛନ୍ତି ।

              Ad..


ରୋହିତ ପଧାନ ,ପ୍ରକାଶ ଚଦ୍ର ଦାସ,ଅଜିତ ଶତପଥୀ,ନିରାକାର ସାହୁ ,ସୁରେଶ ଚାନ୍ଦ ତୁଲାରାମ ପାଣ୍ଡେ ପ୍ରମୁଖ ନେତୃତ୍ୱ ରେ ଜମରତଳା ପଞ୍ଚାୟତ ର ଶତାଧିକ ଉର୍ଦ୍ଧ ବୟସ୍କ ଓ ଦିବ୍ୟାଙ୍ଗ ହିତାଧିକାରୀ ଉପଜିଲ୍ଲାପାଳ ଙ୍କ ଜରିଆରେ ଲୋକ ଙ୍କ ସରକାର ମୋହନ ସରକାର ଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । 

           Ad..


ଗତ ସାଧାରଣ ନିର୍ବାଚନ ସମୟରେ ସରକାର ଭତ୍ତା ବଢାଇବା ପ୍ରସଙ୍ଗ ପରେ 80 ବର୍ଷ ରୁ ଉର୍ଦ୍ଧ ବୟସ ଥିବା ବ୍ୟକ୍ତି ଙ୍କୁ ଭତ୍ତା ୩୦୦୦ ଲେଖାଏଁ ଦେବା ପାଇଁ ଘୋଷଣା ହୋଇଥିବା ବେଳେ, ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ସମସ୍ତ ହିତାଧିକାରୀ ଙ୍କୁ ବିନା ବୟସ ସିମା ଓ ସର୍ତ ରଖି ସମାନ ଭତ୍ତା ୩୦୦୦ ଟଙ୍କା ଦିଆଯାଉ ବୋଲି ଉପ-ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ଦେଇଛନ୍ତି ବୟସ୍କ ବ୍ୟକ୍ତି। 

ଉପ-ଜିଲ୍ଲାପାଳ ଙ୍କ ତରଫରୁ ଦିପ୍ୟୁଟି କଲେକ୍ଟର ନିତୁଶ୍ରୀ ମେହେର ଦାବି ପତ୍ର ଗ୍ରହଣ କରିବା ସହ ଦୁଇ ଦାବି ଯୁକ୍ତ ଏହି ପତ୍ର ବିଷୟରେ ଜିଲ୍ଲାପାଳ ଙ୍କୁ ଅବଗତ କରେଇବା ସହ ମୁଖ୍ୟମନ୍ତ୍ରୀ ଙ୍କୁ ପଠେଇ ଦିଆଯିବ ବୋଲି କହିଥିଲେ।





Report : Bijay ku sahu

Edited by k.s thakur....



Post a Comment

Previous Post Next Post