ବାଡି ଅଗଣାରେ କୁକୁଡ଼ା ପାଳନ ତାଲିମ...
ପାଇକମାଲ,୨୫/୦୯ : ମହାଶକ୍ତି ଫାଉଣ୍ଡେସନ ଓ ଏଲ୍ ଟି ମାଇଣ୍ଡ ଟ୍ରୀ ଆନୁକୁଲ୍ୟରେ ଜାମସେଠ ପଞ୍ଚାୟତରେ କୁକୁଡ଼ା ପାଳନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଝିଟିକି, ବରତୁଣ୍ଡା, ମିଠାପାଲି, ଜାମସେଠ ଓ ଛିନ୍ଦେଇକେଲାର ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ହିତାଧିକାରୀ ତାଲିମ ନେଇଥିଲେ।
Ad..
ତାଳିମ ଶିବିରରେ ଜାମସେଠ ପଞ୍ଚାୟତର ସରପଞ୍ଚ ଆର୍ତ୍ତତ୍ରାଣ ସାହୁ ପୌରହିତ୍ୟ କରିଥିଲେ। ମହାଶକ୍ତି ଫାଉଣ୍ଡେସନ ତରଫରୁ ପ୍ରାଣୀ ବିଶେଷଜ୍ଞ ବିରେନ୍ଦ୍ର ପ୍ରଧାନ , ରଘୁନାଥ ଆଚାରି ଓ ବ୍ଲକ୍ ସଂଯୋଜକ ହାରାଧନ ବରିହା ତାଲିମ ପ୍ରଦାନ କରିଥିଲେ । ପବିତ୍ର ଭୋଇ, ଅଜିତ ପୁଟା, ନଟବର ପ୍ରଧାନ ଓ ସିଆରପି ପ୍ରମୁଖ ଥିଲେ।
ଗ୍ରାମ ପଞ୍ଚାୟତରେ ପରିବେଶ ସଂରକ୍ଷଣ, ଜୀବନ ଜୀବିକା,ପୁଷ୍ଟି ର ଉନ୍ନତି ପାଇଁ ଭାରତ ଏବଂ ଓଡ଼ିଶା ସରକାରଙ୍କ ସହାୟତାରେ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ପାଇକମାଳ ବ୍ଲକ ସଂଯୋଜକ ହାରାଧନ ବରିହା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Report : Bijay ku sahu
Edited by k.s thakur...


