ଝାରବନ୍ଧ ଠାରେ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତା ଆୟୋଜିତ...

ଝାରବନ୍ଧ ଠାରେ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତା ଆୟୋଜିତ...


ବରଗଡ଼,୨୬/୦୯ : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ବରଗଡ଼ ଜିଲ୍ଲା ସ୍ତରୀୟ ଅଣ୍ଡର ୧୭ ଏବଂ ଅଣ୍ଡର ୧୪ କବାଡି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। 

Ad..


ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଜିଲ୍ଲାପରିଷଦ ଅଧ୍ୟାକ୍ଷା ମାନିନୀ ଭୋଇ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରିଆ ଙ୍କ ସହ ୧୨ ଟି ଯାକ ବ୍ଲକ ର ଶିକ୍ଷା ଅଧିକାରୀ ଏବଂ କବାଡି ଟିମ ଯୋଗ ଦେଇ ନିଜର ଖେଳ ପ୍ରଦର୍ଶନ କରିଥିଲେ। 

ତେବେ ଫାଇନାଲ ମ୍ୟାଚ ରେ ପଦ୍ମପୁର କୁ ୬ ଟି ପଏଣ୍ଟ ରୁ ହରାଇ ଝାରବନ୍ଧ ଦଳ ଅଣ୍ଡର ୧୭ ଚମ୍ପିୟାନ ହୋଇଥିବା ବେଳେ ଅଣ୍ଡର ୧୪ ରେ ପାଇକମାଳ ଦଳ ପଦ୍ମପୁର କୁ ହରାଇ ଚମ୍ପିୟାନ ହୋଇଥିଲେ। ତେବେ ଏହି ପରି ପ୍ରତିଯୋଗିତା ଆଗାମି ଦିନରେ ପିଲା ଙ୍କ ଖେଳ ପ୍ରତି ଆକର୍ଷଣ ବଢାଇବା ସହ ନୂତନ ଖେଳାଳି ସୃଷ୍ଟି ହେବେ ବୋଲି ମୁଖ୍ୟ ଅତିଥି କହିଥିବା ବେଳେ। 

ଆଗାମି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଏହି ୧୨ ଟି ଦଳ ମଧ୍ୟରୁ ଜିଲ୍ଲା ସ୍ତରୀୟ ଟିମ ପାଇଁ ଖେଳାଳି ଚୟନ ମଧ୍ୟ ହୋଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।





Report : Bijay ku sahu

Edited by k.s thakur...




Post a Comment

Previous Post Next Post