ମୁରିବାହାଲ ବ୍ଲକସ୍ତରୀୟ ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ...

ମୁରିବାହାଲ ବ୍ଲକସ୍ତରୀୟ ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ...


ମୁରିବାହାଲ ;୧୭/୦୯ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପ୍ରଶାସନ ପକ୍ଷରୁ ଘଣ୍ଟବାହାଲ ସ୍ଥିତ କେଜିବିଭି ସ୍କୁଲ ଖେଳ ପଡିଆରେ ବ୍ଲକସ୍ତରୀୟ ସୁଭଦ୍ରା ଯୋଜନାର  ଶୁଭାରମ୍ଭ ମଙ୍ଗଳବାର ଦିନ   ଅନୁଷ୍ଠିତ ହୋଇଯାଇଛି।

        Ad..


ଏହି ଅବସରରେ ମୁରିବାହାଲ ବ୍ଲକ ର ୨୨ ଗୋଟି ଗ୍ରାମ ପଂଚାୟତ ର  ସୁଭଦ୍ରା ଯୋଜନା ରେ ଆବେଦନ କରିଥିବା ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, ସି, ଆର, ପି, ଏ ବି କେ, ମିଶନ ଶକ୍ତିର ମହିଳା ଓ ଜନସାଧାରଣ ମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। 

          Ad..


ଏଥିରେ ମୁରିବାହାଲ  ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲଙ୍କ ସଭାପତିତ୍ବରେ  କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି  ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି, ରୂପେ ଉପସ୍ଥିତ ରହି ରାଜ୍ୟ ସରକାର ଙ୍କର ସୁଭଦ୍ରା ଯୋଜନା ରେ ମହିଳା ମାନେ କିପରି ଉପକୃତ ହୋଇ ପାରିବେ, ଆର୍ଥିକ ବିକାଶ ହୋଇ ପାରିବ ସେହି ଉପରେ ମତବ୍ୟକ୍ତ କରି ଥିଲେ।

Ad..



ସମ୍ମାନିୟ ଅତିଥି ଭାବରେ ମୁରିବାହାଲ ପଂଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେର, ତହସିଲଦାର ଜଗଦୀଶ କର୍ତ୍ତାମି,ଏପିଡି ତରଣୀ ସୁନା,ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା,ବିତ୍ତ ଅଧିକାରୀ ଘେନୁରାମ ତାଣ୍ଡି,ଏଇ ଅବିନାଶ ମୁଦି,ସିଡିପିଓ ପୂର୍ଣ୍ଣିମା ବୈଠାରୁ,ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନର ସିଧା ପ୍ରସାରଣ ବଡ ପରଦାରେ ପ୍ରଦର୍ଶିତ କରାଯାଇଥିଲା।

ଏହି ଅବସରରେ ସାତ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।ଏହାପରେ ଛାତ୍ରଛାତ୍ରୀ ଓ ଓଏଲଏମର ମହିଳା କର୍ମଚାରିଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୁରିବାହାଲ ବ୍ଲକର ସମସ୍ତ କର୍ମଚାରୀ,ସମସ୍ତ ଅଙ୍ଗନୱାଡ଼ି ସୁପରଭାଇଜର,କର୍ମୀ, ଓଏଲଏମର ଏମବିକେ, ସିଆରପି,କୃଷିମିତ୍ର,ପ୍ରାଣୀମିତ୍ରଙ୍କ ସହ ବ୍ଲକର ସମସ୍ତ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ଶତାଧିକ ସଦସ୍ୟା ଯୋଗ ଦେଇଥିଲେ। 

ଵିପିଏମ ଡ. ଗୋପାଳ କୃଷ୍ଣ ଦୀପ ସଭା ସଂଯୋଜନା କରି ଥିବା ବେଳେ ବ୍ଲକ ର ସମସ୍ତ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରି ଥିଲେ।





Report : sudam baghar

Edited by k.s thakur...




Post a Comment

Previous Post Next Post