ବରତୁଣ୍ଡା ହାଇ ସ୍କୁଲ୍ ଶିକ୍ଷକ ପୂରଣ ଦାବୀ ନେଇ ତାଲା ବନ୍ଦ ଆନ୍ଦୋଳନ...

ବରତୁଣ୍ଡା ହାଇ ସ୍କୁଲ୍ ଶିକ୍ଷକ  ପୂରଣ ଦାବୀ ନେଇ ତାଲା ବନ୍ଦ ଆନ୍ଦୋଳନ...


ପଦ୍ମପୁର,୧୮/୦୯ :- ପଦ୍ମପୁର ସବ୍ ଡ଼ିଭିଜନ ଅନ୍ତର୍ଗତ ପାଇକମାଳ ବ୍ଲକର ବରତୁଣ୍ଡା ଇନ୍ଦିରା ପ୍ରିୟଦର୍ଶନୀ ଉଚ୍ଚ ବିଦ୍ୟାଳୟରେ ରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ ଦାବୀ ନେଇ କରାଯାଇଛି ତାଲା ବନ୍ଦ ଆନ୍ଦୋଳନ। ଆଜି ସ୍କୁଲ ପରିଚାଳନା କମିଟି,ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ତାଲା ଦେଇ କରିଥିଲେ ତାଲା ବନ୍ଦ ଆନ୍ଦୋଳନ। 

            Ad..


ସକାଳ ଦିନ ୧୦ ଟା ରୁ ସ୍କୁଲ୍ ଗେଟ୍ ସାମନାରେ ସମସ୍ତେ ଏକତ୍ରିତ ହୋଇ କରିଥିଲେ ତାଲା ବନ୍ଦ ଆନ୍ଦୋଳନ। ଗତ ପ୍ରାୟ ୨ବର୍ଷ ହେବ ନବୀନ ସରକାର ସମୟରୁ ନବମ ଓ ଦଶମ ଶ୍ରେଣୀରେ ପ୍ରାୟ ୧୫୦ ରୁ ଅଧିକ ଛାତ୍ର ଛାତ୍ରୀ ଥିଲେ ହେଁ ମାତ୍ର ୩ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। 

          Ad..


ଏହାକୁ ନେଇ ପରିଚାଳନା କମିଟି ତଥା ଅଭିଭାବକ ମାନେ ବାରମ୍ବାର ପ୍ରଶାସନିକ ଅଧିକାରୀ ଙ୍କ ଠାରେ ଅଭିଯୋଗ କରୁଥିଲେ ହେଁ ଶିକ୍ଷକ ପଦବୀ ପୂରଣ ନେଇ କୌଣସି ପ୍ରକାର ଉଚିତ୍ ପଦକ୍ଷେପ ନେଉ ନ ଥିଲେ। ଯା ସଦୃଶ୍ୟ ଆଜି ତାଲା ବନ୍ଦ ଆନ୍ଦୋଳନକରିବାକୁ ବାଧ୍ୟ ହୋଇ ପଡ଼ିଥିବା କମିଟି ସଦସ୍ୟ ପ୍ରକାଶ କରିଛନ୍ତି।

ତାଲା ବନ୍ଦ ଆନ୍ଦୋଳନ ଯୋଗୁଁ ଶିକ୍ଷା ବାଧାପ୍ରାପ୍ତ ହେବା ଦୃଷ୍ଟିରୁ ପାଇକମାଳ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ଘଟଣାସ୍ଥଳ କୁ ପହଞ୍ଚି ପରିସ୍ଥିତିକୁ ଉପରେ  ଆନ୍ଦୋଳନରତ ଛାତ୍ରଛାତ୍ରୀ,ଅଭିଭାବକ ଓ କମିଟି ସଦସ୍ୟଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ ସ୍ୱରୂପ ଡେପୁଟ୍ସନରେ ଆହୁରି ୨ ଜଣ ଶିକ୍ଷକ ଦେବା ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ କରିଥିଲେ। 

ତଥାବି ସ୍ଥାୟୀ ଶିକ୍ଷକ ନ ଦେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବାକୁ କମିଟି ଚେତାବନୀ ଦେଇଛି। ଏହି ଆନ୍ଦୋଳନରେ ସ୍କୁଲ୍ ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ପ୍ରଧାନ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱନାଥ ବାଗ,ପୂର୍ବତନ ସମିତି ସଭ୍ୟ ବେଣୁଧର ସାହୁ,ରୁକ୍ମଣ ଧରୁଆ, ବିଜୟାନନ୍ଦ ପଟ୍ଟନାୟକ,ଦୁର୍ଯୋଧନ ପୁଟା ,ଶିକ୍ଷାବିତ୍ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ମହାନ୍ତି, ବିଭିଷଣ ଦିୱାନ୍,ତ୍ରିଲୋଚନ ସାହୁ,ବିଜୟ ସିଂ ଭୁଏ,ତାରାଚନ୍ଦ ସାହୁ,ସତ୍ୟକୁମାର ମାଝୀ,ଘନଶ୍ୟାମ ମହାପାତ୍ର,ବିଜୟ ଶଙ୍କର ମାଝୀ,ପଦ୍ମନ ମାଝୀ ପ୍ରମୁଖ ସାମିଲ ହୋଇ ନେତୃତ୍ୱ ନେଇଥିଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post