ଯଦି ଦାବୀ ପୂରଣ ନହେବ ଆସନ୍ତା କାଲିଠୁଁ ସମ୍ପୂର୍ଣ କାର୍ଯ୍ୟ ବନ୍ଦ ହେବ _ହସ୍ପିଟାଲ ରେ ତାଲା ଝୁଲିବ...

ଯଦି ଦାବୀ ପୂରଣ ନହେବ ଆସନ୍ତା କାଲିଠୁଁ ସମ୍ପୂର୍ଣ କାର୍ଯ୍ୟ ବନ୍ଦ ହେବ _ହସ୍ପିଟାଲ ରେ ତାଲା ଝୁଲିବ : ସରକାରଙ୍କୁ ଖୋଲା ଚେତାବନୀ ଦେଲେ ଆନ୍ଦୋଳନରତ ନର୍ସିଙ୍ଗ କର୍ମଚାରୀ...


ବରଗଡ଼,୨୬/୦୯ : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସମସ୍ତ ନର୍ଷିଙ୍ଗ କର୍ମଚାରୀ ୧୦ଦଫା ଦାବି ନେଇ ଗତ ଦୁଇଦିନ ହେଲା ଆନ୍ଦୋଳନ ରେ ବସିଛନ୍ତି ଜିଲ୍ଲା ପ୍ରଶାସନ କୌଣସି ଆଲୋଚନା କରି ସମାଧାନ କରୁ ନାହିଁ । ଏପଟେ ସିଧା ସଳଖ ଆଜି ରୋଗୀ ସେବା ବ୍ୟାହତ ହେଉଥିବା ଦେଖିବାକୁ ମିଳିଛି ଅନେକ ରୋଗୀ ,ଦୁର୍ଘଟଣା ହୋଇଥିବା ବ୍ୟକ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଚିକିତ୍ସା ନପାଇ ଫେରି ଯାଉଛନ୍ତି । 

         Ad..


ବିଭାଗୀୟ ଡାକ୍ତର ସମସ୍ତଙ୍କୁ ଭୀମସାର ବୁର୍ଲା ରେଫର କରିବା ପାଇଁ ଅର୍ଡର ଆସିଥିବା କହୁଛନ୍ତି।ଏପଟେ ଚିକିତ୍ସା ନପାଇ ରୋଗୀ ସମ୍ପର୍କୀୟ ଉତ୍ତେଜନା ହେଉଥିବା ଦେଖିବାକୁ ମିଳୁଛି । ଏଡିଏମଓ ମେଡିକାଲ ମୁଁ ତାଙ୍କର ଗୋଡ଼ ଧରି କହି ସାରିଛି କିନ୍ତୁ କେହି ଶୁଣୁ ନାହାନ୍ତି ମୁଁ କଣ କରିବି ଏଭଳି ଉତ୍ତର ରଖୁଛନ୍ତି । 

ଜିଲ୍ଲାପାଳ, ଜନପ୍ରତିନିଧି ଙ୍କୁ ଅନୁରୋଧ ତୁରନ୍ତ ଏହାର ସ୍ଥାୟୀ ସମାଧାନ ସକାଶେ ଆଗେଇ ଆସନ୍ତୁ । ମେଡିକାଲ ଚିକିତ୍ସା ଭଳିଆ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାମ କରୁଥିବା ସତ୍ୱେ ନର୍ଷିଙ୍ଗ କର୍ମଚାରୀଙ୍କ ଏଭଳି କଠୋର ପଦକ୍ଷେପ ଗ୍ରହଣ କରିବା କେତେ ଯୁକ୍ତି ଯୁକ୍ତ ?  ଏବଂ ଏମାନେ ଗତ ଏକମାସ ପୂର୍ବରୁ ସରକାରଙ୍କୁ ଦାବି ପତ୍ର ଦେଇଥିଲେ ସୁଦ୍ଧା ସରକାର କାହିଁକି ଆଲୋଚନା କରି ସ୍ଥଗିତ ରଖି ପାରିଲେ ନାହିଁ ଏ ଆନ୍ଦୋଳନ କୁ।





Report : Bijay ku sahu

Edited by k.s thakur...



Post a Comment

Previous Post Next Post