ବରଗଡ଼ ଜିଲ୍ଲା ପାଇକମାଳ ରେ ବିଜେଡି ବିଜେପି ମଧ୍ୟରେ ଗଣ୍ତଗୋଳ ବିଜେଡି କର୍ମୀ ଗିରଫ...
(ବିଜେପି କର୍ମୀ ଗିରଫ ଦାବିରେ ଥାନା ଘେରାଉ, ପାଇକମାଳ ରେ ଉତ୍ତୋଜନା )
ବରଗଡ଼,୧୪/୦୯ : ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍ ପରିସର ରେ ବିଜେଡି ଓ ବିଜେପି କର୍ମୀ ମାନଙ୍କ ମଧ୍ୟରେ କୌଣସି କାରଣ ବଶତଃ ଶୁକ୍ରବାର ଯୁକ୍ତିତର୍କ ହୋଇ, ପ୍ରଥମେ ତୁତୁ ମେମେ ଓ ପରେ ଗଣ୍ଡଗୋଳ ଘଟି ପାଇକମାଳ ଥାନାରେ ଉଭୟ ପକ୍ଷରୁ ଏତଲା ହୋଇଛି ।
Ad..
ପୋଲିସ ବିଜେଡିର ବ୍ଲକ ଉପାଧ୍ୟକ୍ଷ -ସମେତ ଦୁଇ ଙ୍କୁ ଗିରଫ କରିଥିବା ବେଳେ ବିଜେପି ର କାହାରିକୁ ଗିରଫ କରି ନଥିବାରୁ ଶନିବାର ମଧ୍ୟାହ୍ନରେ ବିଜେଡି ପକ୍ଷରୁ ପାଇକମାଳ ଥାନା କୁ ଘେରାଉ କରି ପାଇକମାଳ ନୃସିଂହନାଥ ରାସ୍ତା ଅବରୋଧକରି ପ୍ରତିବାଦ ଜଣାଇଥିଲେ ।
Ad..
କୌଣସି ଫଳ ନମିଳି ବାରୁ ନୃସିଂହନାଥ ପାଇକମାଳ ରାସ୍ତା କୁ ଦିର୍ଘ ତିନି ଘଣ୍ଟାର ଅବରୋଧ କରିଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇ ଥିଲା । ବିଧାୟିକା ବର୍ଷା ସିଂ ବରିହା କର୍ମୀମାନଙ୍କ ସହ ଆନ୍ଦୋଳନରେ ବସିରହିଥିଲେ ।
ଅପରାହ୍ନ ୪ ଟାରେ ପଦ୍ମପୁର ଏସଡିପିଓ ବିଭୁତି ଭୁଷଣ ଭୋଇ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଙ୍କ ସମେତ ଆନ୍ଦୋଳନ କାରି ବିଜେଡି କର୍ମିଙ୍କ ସହ ଆଲୋଚନ କରିବା ସହ ଆସନ୍ତା ୩ ଦିନ ମଧ୍ୟରେ ସରୋଜ ସାମଲ ଗୋବର୍ଦ୍ଧନ ଭୁଏ, ଙ୍କୁ ଗିରଫ କରାଯିବ ବୋଲି ପ୍ରତିସୃତି ଦେବା ପରେ ବିଜେଡି କର୍ମୀ ମାନେ ଆନ୍ଦୋଳନରୁ ଉଠିଥିଲେ ।
ପ୍ରାପ୍ତ ବିବରଣୀରୁ ଜଣାପଡିଛି ଯେ ଶୁକ୍ରବାର ବିଜେପିର ଗୋବର୍ଦ୍ଧନ ଭୁଏ ପାଇକମାଳ ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ ଙ୍କ ସହ କଥାବାର୍ତ୍ତା ହୋଇ କାର୍ଯ୍ୟାଳୟ ରୁ ଫେରିଥିବା ସମୟରେ ପାଇକମାଳ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ବରିହା ଓ ବିଜେଡି କର୍ମୀ ଯୋଜନାବଦ୍ଧ ଭାବେ ହଟାତ ଆକ୍ରମଣ କରି ଧକ୍କା ମାରି ଠେଲା ପେଲା କରି ଜୀବନରୁ ମାରି ଦେବାକୁ ଧମକ ହେଇଥିଲେ ଏଥି ସହ ଜାତିଆଣ ଆକ୍ଷେପ ମଧ୍ୟ କରିଥିଲେ ବୋଲି ଗୋବର୍ଦ୍ଧନ ଭୁଏ ପାଇକମାଳ ଥାନାରେ ଅଭିଯୋଗ କରିଛନ୍ତି ।
ଏନେଇ ଥାନାରେ କେଶ ନମ୍ବର ୨୦୭/୨୪ ଧାରା ୧୯୧(୨), ୧୧୫(୨), ୨୯୬,୩୫୧(୨),୧୧୦,୧୯୦ ବିଏନଏସ ୩୧ଆରଏସ୨ଭିଏ ଏସସି ଏସଟି ଧାରା ଅନୁସାରେ ଏକ ମାମଲା ରୁଜୁ କରାଯାଇ ପାଇକମାଳ ବ୍ଲକ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ବରିହା , ବୁନୁ ମିଶ୍ର ଓ ଆନନ୍ଦ ସିଂ ଙ୍କୁ ଅଟକ ରଖାଯାଇଛି ।
ସେହିପରି ବିଜେଡି ଦଳ ତରଫରୁ ସଞ୍ଜୀବ ବରିହା ଥାନାରେ ଦେଇଥିବା ଅଭିଯୋଗରୁ ଜଣାପଡିଛି ଯେ ଶୁକ୍ରବାର ୩ଟା ୩୦ ମିନିଟ ସମୟରେ ବ୍ଲକ କାର୍ଯ୍ୟାଳୟରୁ ଫେରିଥିବା ସମୟରେ ଗୋବର୍ଦ୍ଧନ ଭୁଏ , ସରୋଜ ସାମଲ ଓ ଅନ୍ୟ ବିଜେପି କର୍ମୀ ମାନେ ହଠାତ୍ ମତେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ମତେ ଜୀବନରେ ମାରି ଦେବୁ ବୋଲି ଧମକ ଦେଇ ଜାତିଆଣ ଆକ୍ଷେପ କରିବା ସହ ଜୀବନରୁ ମାରି ଦେବାକୁ ଦୌଡ଼ିବା ସହ ମୋ ପକେଟ ରେ ଥିବା ପାଞ୍ଚ ହଜାର ଟଙ୍କା ଲୁଟି ନେବା ସହ ଆଗରୁ ମଧ୍ୟ ଜୀବନରୁ ମାରି ଦେବା ପାଇଁ ଅନେକ ଯୋଜନା କରୁଛନ୍ତି ବୋଲି ସଞ୍ଜୀବ ବରିହା ଲିଖିତ ଅଭିଯୋଗ କରି ବର୍ତ୍ତମାନ ମୋ ଜୀବନ ପ୍ରତି ଭୟ ରହିଛି ବୋଲି ଥାନାରେ ଲେଖି ଜଣାଇଛନ୍ତି ।
ଏନେଇ ପାଇକମାଳ ଥାନାରେ ୨୦୮/୨୪ ଧାରା ୧୯୧(୨),୧୧୫(୨),୨୯୬,୩୫୧(୨),୧୧୦,୧୯୦ ,୩୦୪(୨) ବିଏନଏସ ୩୧ଆରଏସ୨ଭିଏ ଏସସି ଏସଟି ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି । ଘଟଣା କୁ ନେଇ ଆସନ୍ତା ୩ ଦିନ ମଧ୍ୟରେ ଗୋବର୍ଦ୍ଧନ ଭୁଏ ସରୋଜ ସାମଲ କୁ ଗିରଫ କରାନଗଲେ ଆଗାମୀ ଦିନରେ ଦୃଢ ପଦକ୍ଷେପ ନିଆଯିବ ବୋଲି ବିଜେଡି ତରଫରୁ ପାଇକମାଳ ବ୍ଲକ ବିଜେଡି ସଭାପତି ଗୈତମ ସିଂ ଙ୍କ ତରଫରୁ ଚେତାବନୀ ଦିଆଯାଇଥିବା ବେଳେ ବିଜେପି ତରଫରୁ କୈାଣସି ସ୍ପଷ୍ଟୀକରଣ ମିଲିପାରି ନାହିଁ।
Report : Bijay ku sahu
Edited by k.s thakur...



